ମରୁଡି ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କଲେ ଭାଜପା ପ୍ରତିନିଧି ଦଳ

ମୋହନା ( ଅଂଶୁମାନ ପଣ୍ଡା ): ରାଜ୍ୟର ବିଭିନ୍ନ ମରୁଡି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବା ପାଇଁ ଭାଜପାର ଏକ ପ୍ରତିନିଧି ଦଳ ସାଂସଦ କଳାହାଣ୍ଡି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ମରୁଡି ହୋଇଥିବା ଚାଷ ଜମି ପରିଦର୍ଶନ କରି ମୋହନା ଠାରେ ପହଞ୍ଚିଥିଲେ। ସ୍ଥାନୀୟ ଭାଜପା ଦଳ ପକ୍ଷରୁ ଓ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ପୁଷ୍ପଗୁଛ ଓ ଉପଢୈ।କନ ଦେଇ ସ୍ୱାଗତ କରାଯାଇଥିଲା। ପ୍ରତିନିଧି ଦଳ ମରୁଡ଼ି ପ୍ରଭାବିତ ଅଞ୍ଚଳ ଚାଷୀଙ୍କ ସହ ସରଜମିନ୍ ତଦନ୍ତ କରିବା ସହ କୃଷକ ମାନଙ୍କର ବିଭିନ୍ନ ଦାବିପତ୍ର ଗ୍ରହଣ କରିଥିଲେ। ଉଠା ଜଳସେଚନର ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ଓ ନିମ୍ନମାନର କାମ ଯୋଗୁୁ ଚାଷୀ ପାଉନାହାନ୍ତି ପାଣି ବୋଲି ଚାଷୀଭାଇ ମାନେ ମତବ୍ୟକ୍ତ କରିଥିଲେ । ଏହି ପ୍ରତିନିଧି ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଭଗବାନ ପଣ୍ଡା, ସତ୍ୟବାଦୀ ଚଇନି , ରାଜ୍ୟ ସଂଯୋଜକ ପ୍ରଦୀପ ସାହୁ, କିଶୋର ସୁତାର, ଲିଙ୍ଗରାଜ ବାରିକ, ପ୍ରାଚୁର୍ଯ୍ୟ ହୋତା , ଶ୍ରୀନିବାସ ପାତ୍ର,ବିଶ୍ୱଜିତ ବଡ଼ଜେନା,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାଲ,ବ୍ଲକ ମଣ୍ଡଳ ସଭାପତି ସତ୍ୟନାରାୟଣା ଦଣ୍ଡସେନା, ଦିବାକର ପ୍ରଧାନ, ସୁଧୀର ପାଇକ, ପ୍ରଭାତ ପାତ୍ର, ଡୁଲୁ ମିଶ୍ର, ମନୋଜ ସାହୁ ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହାପରେ ପ୍ରତିନିଧି ଦଳଙ୍କୁ ଝିଲିକି ଗ୍ରାମରେ କୃଷକମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ସେଠାରୁ ବିଜେପି ର କୃଷକ ଟିମ ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ