ମରୁଡି ପ୍ରବଣ ଅଞ୍ଚଳ ଶସ୍ୟ ଶ୍ୟାମଲାରେ ପରିଣତ ରବି ଚାଷ ପାଇଁ ୧୧୯୬୦ ହେକ୍ଟର ଲକ୍ଷ ଧାର୍ଯ୍ୟ
ବୋଡେ଼ନ,(ଦୁଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ଏକ ମରୁଡି ପ୍ରବଣ ଅଞ୍ଚଳ ରୂପେ ନିଜ ପରିଚୟ ବହନ କରୁଥିବା ବେଳେ ବର୍ତ୍ତମାନ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ସ୍ବତ୍ତନ୍ତ୍ର ପରିଚୟ ପ୍ରଦାନ କରିଛି। ଶସ୍ୟ ଶ୍ୟାମଳ, ସବୁଜ ପରିବେଶ ସାଙ୍ଗକୁ କୃଷକ ଙ୍କ ବ୍ୟସ୍ତ ବହୁଳ ଜୀବନ , ଦୁଇ ଫସଲି ଚାଷୀର ମାନ୍ୟତା ପ୍ରଦାନ କରିଛନ୍ତି। ଚାଷୀର ମୁହଁ ରେ ହସ ଫୁଟାଇବା ସାଙ୍ଗକୁ ଧାନର ସହାୟକ ମୂଲ୍ୟ ବୃଦ୍ଧି କୃଷକ ଆର୍ଥିକ ଲାଭ କୁ ଦ୍ଵିଗୁଣିତ କରିଅଛି।୨୦୦୦ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇ ୨୦୨୫ ବର୍ଷ ରେ ପୂର୍ଣ୍ଣାଙ୍ଗ ରୂପେ ରବି ଚାଷ ପାଇଁ କେନାଲ ଯୋଗେ ଜମିକୁ ଜଳ ସେଚିତ କରୁଅଛି। ଲକ୍ଷ ୧୧,୯୬୦ ହେକ୍ଟର ଜମିରେ ଜଳ ସେଚନ ର ଧାର୍ଯ୍ୟ କରିଛନ୍ତି । ମୁଖ୍ୟ କେନାଲ ର ୧୭.୨୫୦ କିଲୋମିଟର କୁ ଜଳ ଯୋଗାଣ ହେଉଅଛି। ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ଅନେକ ଜମିରେ ଜଳ ସେଚିତ ହେଉଅଛି। ଚାଷୀ ମଧ୍ୟ ସୁବିଧା ପାଇ ନିଜ ଜମିର ଉତ୍ସାହ ସହ ଧାନ ଚାଷ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୯ହଜାର ହେକ୍ଟର ରୁ ଉର୍ଦ୍ଧ ଜମି ରେ ଧାନ ଚାଷ ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଅନେକ ଜମି ରେ ରୁଆ ବେଉଷଣ କରୁଥିବା ଦେଖାଯାଉଛି। ଲକ୍ଷ ଅତିକ୍ରାନ୍ତ କରିବା ନେଇ ବିଭାଗ ପକ୍ଷ ରୁ ସହକାରୀ ଯନ୍ତ୍ରୀ ସୌରଭ କୁମାର ଦାସ ପ୍ରକାଶ କରିଛନ୍ତି।