ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଆସନ୍ତି ପର୍ଯ୍ୟଟକ
ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ତେବେ ଏଭଳି ଏକ ମରୁଭୂମି ରହିଛି ସୌଦିରେ । ଏଠାରେ ବିଭିନ୍ନ ଆଣ୍ଠୁଗଣ୍ଠି ସମସ୍ୟାର ଚିକିତ୍ସା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ରୋଗୀଙ୍କ ପୋଷାକ ଓହ୍ଲାଇ ତାଙ୍କୁ ଉତ୍ତପ୍ତ ବାଲିରେ ବେକ ପର୍ଯ୍ୟନ୍ତ ପୋତି ଦିଆଯାଏ । ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଏଭଳି ରହିବା ପରେ ରୋଗୀଙ୍କୁ ବାହାରକୁ କଢ଼ାଯାଇଥାଏ । ଏହି ଚିକିତ୍ସା ୩ରୁ ୯ ଦିନ ପର୍ଯ୍ୟନ୍ତ କରାଯାଇଥାଏ । ରୋଗୀଙ୍କୁ ଚିକିତ୍ସା ସମୟ ମଧ୍ୟରେ ଗାଧୋଇବାକୁ ବାରଣ କରାଯାଇଥାଏ । ବାଲିରେ କ୍ୟାଲସିୟମ୍ ସହିତ ଅନ୍ୟ କେତେକ ଖଣିଜ ଦ୍ରବ୍ୟ ରହିଥାଏ । ଏହା ଆଣ୍ଠୁଗଣ୍ଠି ସମସ୍ୟାକୁ ଭଲ କରିଥାଏ । ଏହି ଚିକିତ୍ସା ପାଇଁ ଅଢ଼େଇରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ ।