ମରୁଡ଼ି, ବର୍ଷା ଓ ବନ୍ୟା ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀ ଓ ବିପନ୍ନଙ୍କୁ ତୁରନ୍ତ  ସହାୟତା ଯୋଗାଇ ଦେବାକୁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଦାବୀ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ରାଜ୍ୟର ବିଭିନ୍ନ ଅ ଳରେ ଗତ ସେପ୍ଟେମ୍ବର ୧୧ ତାରିଖଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲକ୍ଷ ଲକ୍ଷ ହେକ୍ଟର ଚାଷଜମିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଚଳିତ ଖରିଫ ଚାଷରେ ୨୭ଟି ଜିଲ୍ଲାରେ ନିଅ ିଆ ବର୍ଷା ଦ୍ୱାରା ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଯେଉଁ କେତେକ ଅ ଳରେ ଯାହା ଫସଲ ଥିଲା ତାହା ଏବେ ବର୍ଷା ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବା ଯୋଗୁଁ ଧାନଗଛ ଓ ପନିପରିବା ପାଣିରେ ବୁଡ଼ିଯିବା ଫଳରେ ସମ୍ପୂର୍ଣ୍ଣ ପଚିସଢ଼ି ଗଲାଣି । ଅନେକ ସ୍ଥାନରେ ବହୁ ପ୍ରାଣୀଧନ ମରିଛନ୍ତି । ଚାରିଆଡ଼ ଜଳବନ୍ଦୀ । ବହୁଳ ଭାବରେ କଚ୍ଚାଘରଗୁଡ଼ିକ ଭାଙ୍ଗିଯାଇଛି । ବର୍ତମାନ ବିପନ୍ନ ଲୋକଙ୍କୁ ରିଲିଫ୍ ସାମଗ୍ରୀ କିମ୍ବା ଥଇଥାନ ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ସେପରି ତତ୍ପରତା ପ୍ରକାଶ ପାଇନାହିଁ । ପୁନଶ୍ଚ ମହାନଦୀର ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ପୁର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ଟାଣିବ ନାହିଁ । ଅନ୍ୟପଟେ ବର୍ଷାଜଳରେ ଚାରିଆଡ଼ ଉବୁଟୁବୁ । ବନ୍ୟା ହେବା ଫଳରେ ନଦୀ କୂଳ ଲଙ୍ଘିବ । ଯଦ୍ୱାରା ବହୁ ସ୍ଥାନରେ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ସରକାରୀସ୍ତରରେ ଧନ ଜୀବନ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବା ଉଚିତ୍ । ବର୍ତମାନ ରାଜ୍ୟର ଯେଉଁ ଅଂଚଳରେ ବର୍ଷାଜଳ ଜମାଟବାନ୍ଧି ରହିଛି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନାହିଁ ଏହା ମନୁଷ୍ୟକୃତ ବନ୍ୟାର କାରଣ । ବର୍ତମାନ ପରିସ୍ଥିତିରେ ଧନ ଜୀବନ ସୁରକ୍ଷା ସହିତ ଜୀବନ ଓ ଜୀବୀକା ପାଇଁ ଉଜୁଡ଼ି ଯାଇଥିବା ଚାଷର ବିକଳ୍ପ ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ୍ ଏକ ଗୁରୁତ୍ୱପୂର୍ଣ୍ଣ ଆଗୁଆ ନିଷ୍ପତି ନେବା ଜରୁରୀ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ସରକାରଙ୍କ ପକ୍ଷରୁ ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ କୃଷି ଇନ୍‌ପୁଟ୍ ସବସିଡ଼୍‌୍‌ର ତିନିଗୁଣା ବୃଦ୍ଧି କରାଇ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ, ରିଲିଫ୍ କୋଡ଼ର ସଂଶୋଧନ, ପ୍ରଧାନମନ୍ତ୍ରୀ ଫସଲବୀମା ସର୍ତାବଳୀ ଅନୁଯାୟୀ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୫ ପ୍ରତିଶତ ଅର୍ଥ ଅଗ୍ରୀମ ପ୍ରଦାନ, ପରବର୍ତୀ ସମୟରେ ଅନ୍ୟ ୭୫ ପ୍ରତିଶତ ବୀମା କ୍ଷତିପୂରଣ ପ୍ରଦାନ, ରବି ଚାଷ ପାଇଁ ଆଗୁଆ ବ୍ୟବସ୍ଥା, ସମ୍ପୂର୍ଣ୍ଣ ଫସଲ କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ମାଗଣାରେ ଚାଉଳ, ଡାଲି ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ପ୍ରଦାନ, ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷିଋଣ ଓ ବକେୟା ବିଜୁଳି ଶୁଳ୍କ ଛାଡ଼, ଆସନ୍ତା ରବି ଚାଷ ପାଇଁ ବିନା ସୁଦ୍ଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି କୃଷିଋଣ ପ୍ରଦାନ, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବିଭିନ୍ନ କୃଷିଭିତିକ ପ୍ରକଳ୍ପ ପାଇଁ ଚାଷୀଙ୍କୁ ୯୦ ପ୍ରତିଶତ ରିହାତି ପ୍ରଦାନ, ଯୁଦ୍ଧକାଳୀନ ଭିତିରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ ଓ ୧୦୦ ଦିନ ପରିବର୍ତେ ୧୫୦ ଦିନ କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ