ମରୈଗାଁରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ମରୈଗାଁ ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବ୍ଲକ ବିଜେଡି ମହିଳା ସଭାନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଜୁ ଯୁବଜନତା ଦଳର ଜିଳ୍ଲା ସଭାପତି ରାକେଶ ରାମ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ କୌଶଲ୍ୟା ସେଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବ୍ଲକ ବିଜେଡି ମହିଳା ଉପସଭାନେତ୍ରୀ ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ, ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସରସ୍ୱତୀ ସେଠୀ ପ୍ରମୁଖ ଯୋଗଦେଇ ମହିଳା ମାନେ ଘର କଣରେ ବସି ନରହି ସବୁ କ୍ଷେତ୍ରରେ ଆଗକୁ ବଢ଼ି ନିଜର ସଫଳତା ହାତେଇବାକୁ ଚେଷ୍ଟା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷକରି ନବୀନବାବୁଙ୍କ ଶାସନକାଳ ମଧ୍ୟରେ ମହିଳା ମାନଙ୍କୁ ଯେତିକି ପ୍ରାଧାନ୍ୟ ଦେଇ ସେମାନଙ୍କ ବିକାଶ ହେଲେ ଦେଶର ବିକାଶ ଘଟିବ ବୋଲି ଚିନ୍ତାକରି କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି ମହିଳାମାନେ ତାହାର ସଦୁପଯୋଗ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଏକ ହଜାରରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ । ବିଜେଡିନେତା ଅଭିମନୁ୍ୟ ସେଠୀ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ଧୁଶାସନ ସାହୁ, ବସନ୍ତ ପଢ଼ିଆରୀ, କାମପାଳ ନାୟକ, ନିର୍ମଳ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


