ମରୈଗାଁରେ କୃଷି ସଚେତନତା ରଥ ପରିକ୍ରମା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କୃଷି ବିଭାଗ ପକ୍ଷରୁ କୃଷି ସଚେତନତା ରଥ ପରିକ୍ରମା କରାଯାଉଛି । ମରୈଗାଁ ଠାରେ କୃଷି ସୁଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ବଳରାମ ବେହେରା, ସହକାରୀ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ ସବୁଜ ପତାକା ଦେଖାଇ କୃଷିରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ରଥ ୭ଦିନ ଧରି ବ୍ଲକର ସମସ୍ତ ପଞ୍ଚାୟତରେ ପରିକ୍ରମା କରି ସଚେତନତା କାର୍ଯ୍ୟକ୍ରମ କରିବ ବୋଲି କୃଷି ଅଧିକାରୀ ସୁଚନା ଦେଇଛନ୍ତି । ମରେଗାଁ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମରୈଗାଁ ସରପଞ୍ଚ, କୃଷି ଅଧିଦର୍ଶକ ରଣଜିତ କୁମାର ସାମଲ, ନିରଞ୍ଜନ ରଥ, ଗ୍ରାମ୍ୟ କୃଷି କର୍ମଚାରୀ ଉମେଶ ପ୍ରଧାନ, ଧରଣୀଧର କିସାନ, ଜଗନ୍ନାଥ ପରିଡା, ସାଧନା ରାଉତ, ନିରଜାନଳିନୀ ନାୟକ, ନନ୍ଦ କିଶୋର ଓଝା, କେଦାରନାଥ ଭୋଳ, ଅଶୋକ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିବାବେଳେ ରଥରେ ଥବବା କଳାକାର ମାନଙ୍କ ପକ୍ଷରୁ ପଥପ୍ରାନ୍ତ ନୃତ୍ୟ ସଂଗୀତ ମାଧ୍ୟମରେ ଚାଷୀ ମାନଙ୍କୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ସଚେତନତା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ