ମରୈଗାଁ ଓ ଡଅଁର ଧାନ ମଣ୍ଡିରେ ଧାନକ୍ରୟର ଶୁଭାରମ୍ଭ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ଓ ଡଅଁର ସେବାସମବାୟ ସମିତ୍ତିରେ ଧାନକିଣାର ଶୁଭାରମ୍ଭ ହୋଇଯାଇଛି । ମରୈଗାଁ ସେବା ସମବାୟ ସମିତିରେ ଆର.ଏମ.ସିର ସମ୍ପାଦକ ଶକ୍ତିଧର କାଣ୍ଡି, ସମିତିର ସଭାପତି ଜଳଧର ମହାପାତ୍ର, ସମ୍ପାଦକ ଶରତ କୁମାର ସେଠୀ ପ୍ରମୁଖ ନଡିଆ ଭାଙ୍ଭଗି ଏହାର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିର ମାଝୀ, ଆନନ୍ଦ ଶଙକ୍କର ଭେଗାଳ, ମଧୁସୁଦନ ନାୟକ, ଶ୍ରୀଧର ଦାସ, ଗୋପାଳ ଘଡେଇ, ରମେଶ ଦାସ, ଭୀମସେନ ନାୟକ, ଶଶିଶେଖର ଦାସ, ଚକ୍ରଧର ଜେନା, ସନ୍ତୋଷ ବାରିକ, ମନ୍ମଥ ପଣ୍ଡା, ରମାକାନ୍ତ ଶଙ୍ଖୁଆ, ପ୍ରତାପ ଦାସ, କିର୍ତ୍ତନ ବିହାରୀ ଭୋଳ, ପ୍ରଭଞ୍ଜନ ଦାସ ପ୍ରମୁଖ ସମିତିର ନିଦେ୍ର୍ଦଶକ ଓ ଚାଷୀ କମିଟି ସଦଦସ୍ୟମାନେ ଯୋଗଦେଇଥିଲେ । ଚାଷୀମାନଙ୍କ ନିକଟରୁ କିପରି ସହଜ ଭାବେ ଧାନ କିଣାଯାଇ ପାରିବ ସେନେଇ ଆର.ଏମ.ସି ସମ୍ପାଦକ ଗୁରୁତ୍ୱ ଦେଇଥିଲେ । ସେହିପରି ଡଅଁର ସେବା ସମବାୟ ସମିତିରେ ସମ୍ପାଦକ ଉମାକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାନ ଉତ୍ସବରେ ଡଅଁର ସମବାୟ ସମିତିର ସଭାପତି ଅକ୍ଷୟ ଧଳ ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଯେପରି ଚାଷୀମାନେ ଠିକ ସମୟରେ ଧାନ ବିକିପାରିବେ ଓ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେ ସମ୍ପର୍କରେ ସମିତି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ସଭାପତି ରଞ୍ଜନ କୁମାର ପହି, ରଙ୍ଗାଧର ମଲ୍ଲିକ, ଅମରବର ସେଠୀ, ବିଦ୍ୟାଧର ଜେନା, ସୁରେନ୍ଦ୍ର କାଣ୍ଡି, ଯୁଗଳ କିଶୋର ଦାସ, ବେଣୁଧର ଜେନା, କିଶୋର ଚନ୍ଦ୍ର ଜେନା, ରବିନ୍ଦ୍ର ମଲ୍ଲିକ, ପ୍ରମୁଖ ନିଦେ୍ର୍ଦଶକ ମାନଙ୍କ ସହ ଅନେକ ଚାଷୀ ପ୍ରତିନିଧି ଓ ଚାଷୀମାନେ ଉପସ୍ଥିତ ଥିଲେ । ଆଜିର ଦିନରେ ହରେକୃଷ୍ଣ ସାହୁ, ପଦ୍ମନାଭ ଦାସ, ଚକ୍ରଧର ଦାସ, ସମ୍ରାଟ ସୌଭାଗ୍ୟ ସୁନ୍ଦର ମହାପାତ୍ର, କିଶୋର ଚନ୍ଦ୍ର ସା, ଗୋପୀନାଥ କାଣ୍ଡି, ସରସ୍ୱତୀ ନାୟକ, ବିଦ୍ୟାଧର ଜେନା ପ୍ରମୁଖ ଚାଷୀ ମାନଙ୍କ ଠାରୁ ଧାନ କିଣା ଯାଇତôଲା । ପ୍ରଥମଦଫାରେ ୪୪ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ସୋମବାର, ମଙ୍ଗଳବାର ଓ ଶୁକ୍ରବାରେ ଦିନ ମାନଙ୍କରେ ଧାନ କିଣାପାଇଁ ଧାର୍ଯ୍ୟ କରାଯାଥିବା ସମ୍ପାଦକ ସୁଚନା ଦେଇଥିଲେ ।


