ମରୈଗାଁ ଓ ଦୁଡୁଗାଁରୁ ମଦ ଜବଦ, ତିନି ଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟହିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ମରୈଗାଁ ଓ ଦୁଡୁଗାଁ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବଦ କରାଯିବା ସହିତ ତିନିଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ମରୈଗାଁ ଗ୍ରାମର ଦିପକ ସାହୁ ଓ ତିଳୋତ୍ତମା ସାହୁ ଦୀର୍ଘଦିନ ଧରି ମଦ ବ୍ୟବସାୟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଆଜି ହାଟଡିହି ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ ଓ ଥାନାର କର୍ମଚାରୀ ମିଥୁନ ଜେନା, ନିବେଦିତା ମାଝୀ, ସୁଶାନ୍ତ ରାଉତ, ଆରତୀ ବେହେରା ପ୍ରମୁଖ ଅତର୍କିତ ଚଢ଼ାଉ କରି ସେମାନଙ୍କ ନିକଟରୁ ଦେଶୀ ଓ ବିଦେଶୀ ମଦ ଜବଦ କରିଥିଲେ । ସେହିପରି ପରେ ଦୁଡୁଗାଁରେ ନିତ୍ୟାନନ୍ଦ ବେହେରାଙ୍କ ଘରେ ଚଢ଼ାଉ କରି ଅନେକ ବିଦେଶୀ ମଦ ଜବଦ କରିଥିଲେ । ପରେ ଏନେଇ ଥାନ ପକ୍ଷରୁ ତିନୋଟି ମାମଲା ରୁଜୁ କରାଯିବା ସହିତ ଦିପକ ସାହୁ, ତିଳୋତ୍ତମା ସାହୁ ଓ ନିତ୍ୟାନନ୍ଦ ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି।