ମରୈଗାଁ ଓ ସଢ଼ାରେ ବିକାଶିତ ଭାରତ ସଙ୍କଳ୍ପ ରଥକୁ ବିପୁଳ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ଓ ସଢ଼ା ପଞ୍ଚାୟତରେ ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ପରିକ୍ରମା କରିଛି । ମରୈଗାଁ ପଞ୍ଚାୟତକୁ ରଥ ପ୍ରବେଶ କରିବା ସମୟରେ ବ୍ଲକ ନୋଡାଲ ଅଫିସର ଭୁବନେଶ୍ୱର ମହାପାତ୍ର, ସରପଞ୍ଚ ସତ୍ୟଭାମା ଜେନା, ସମିତିସଭ୍ୟ କିସାନ ସୋରେନ, ପିିଇଓ ହରିହର ସେଠୀ, ଜିଆରଏସ ରଞ୍ଜନ କୁମାର ମଲ୍ଲିକ, ବ୍ଲକର ସି.ପି ସୁବ୍ରତ ନାୟକ, ଏ.ସି.ପି ପ୍ରଶାନ୍ତ କୁମାର ସେଠୀ, ଗ୍ରାମ୍ୟ କୃଷି କର୍ମଚାରୀ କେଦାରନାଥ ଭୋଳ ପ୍ରମୁଖଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଏସ,ଏସ.ଜି ଗ୍ରୁପର ମହିଳା ଓ ପଞ୍ଚାୟତର ଶତାଧିକ କର୍ମୀ ଫୁଲ, ଧୁପ, ଦ୍ୱୀପଦେଇ ବନ୍ଦାପନା କରିବା ସହିତ ଶଙ୍ଖ ହୁଳହୁଳି ଦେଇ ରଥକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ଏଲ.ଇ.ଡି ମାଧ୍ୟମରେ ମୋଦୀ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକର କିପରି ସଫଳ ରୁପାୟନ ହୋଇପାରିଛି ସେ ସମ୍ପର୍କରେ ପ୍ରଦର୍ଶିର୍ତ କରାଯାଇଥିଲା । ବିଶେଷକରି ଆସନ୍ତା ୨୦୪୭ ମସିହା ସୁଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସପଥପାଠ କରିଥିଲେ । ଏଥିରେ ବ୍ଲକ ସଂଯୋଜକ ସୁଶାନ୍ତ କୁମାର ଜେନା, ମଣ୍ଡଳ ସଭାପତି ହରମୋହନ ଶାସିନି, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ତୃପ୍ତୀମୟୀ ଜେନା, ବଳରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ