ମରୈଗାଁ ଓ ହାଟଡିହିରେ ମା ଦୁର୍ଗାଙ୍କ ପୂଜା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା ମହା ସମାରୋହରେ ଆରମ୍ଭ ହୋଇଛି । ହାଟଡିହି, ଅଣା, ବଡରମ୍ପାସ, ସୋସୋ, ମୁଗୁପୁର, କାହାଳିଆଗଡିଆ, କୁରାଢ଼ିଘସା, କାନପୁର ଆଦି ସ୍ଥାନ ମାନଙ୍କରେ ମାଙ୍କ ପୂଜା ମହାଆଡମ୍ବର ସହକାରେ ଆରମ୍ଭ କରାଯାଇ ଗତକାଲି ମହାସପ୍ତମୀ ପୂଜା କରାଯିବାପରେ ଆଜି ମାଙ୍କ ନିକଟରେ ମହାଷ୍ଟମୀ ପୂଜା, ସନ୍ଧି ପୂଜା ଆଦି କରାଯାଇଛି । ହାଟଡିହି ପୂଜା ମଣ୍ଡପରେ ସନ୍ତୋଷ କୁମାର ମଲ୍ଲିକ କର୍ତ୍ତଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ବଡରମ୍ପାସ ଠାରେ ମା ଦୁର୍ଗାଙ୍କ ପୂଜା ମହା ଆଡମ୍ବର ସହକାରେ ଆରମ୍ଭ କରାଯାଇ ରୀତିନୀତି ମତେ ପୁଜାର୍ଚ୍ଚନା କରାଯାଉଛି । ସେହିପରି ମରୈଗାଁ ପୂଜା ମଣ୍ଡପକୁ ରଙ୍ଗିନ ଆଲୋକମାଳରେ ସୁସଜ୍ଜିତ କରାଯାଇଥିବା ବେଳେ ଆଜି ପବିତ୍ର ମହାଷ୍ଟମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଓ ବଅତଧାରୀମାନେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଧୁଶାସନ ସାହୁ, ସୁଶମା ସାହୁ, ଲକ୍ଷ୍ମୀକାନ୍ତ ଦାଶ, ବୁଦ୍ଧଦେବ ସାହୁ, ଶ୍ରୀକାନ୍ତ ଦାଶ, ବଳରାମ ଦାସ, କୃଷ୍ଣଚନ୍ଦ୍ର ଦାସ, ସତ୍ୟପ୍ରକାଶ ସାହୁ, ସନ୍ତୋଷ ସାହୁ, ଗଣେଶ ଜେନା ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ ପତିତ ପାବନ ନନ୍ଦ, ବିଜୟ କୁମାର ପତି, ପ୍ରଶାନ୍ତ ପଣ୍ଡା ପ୍ରମୁଖ ବେଦମନ୍ତ୍ରରେ ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତାପ ଦାଶ, ପ୍ରଶାନ୍ତ ସେଠୀ, ଦେବାଶିଷ ସାମଲ, ପିତବାସ ଶଙ୍ଖୁ୍ରଆ, ରତ୍ନାକର ଜେନା, କୃଷ୍ଣଚନ୍ଦ୍ର ଦାଶ, ପ୍ରଭଞ୍ଜନ ଦାସ, କିର୍ତ୍ତନ ଭୋଳ, ଶଶିଶେଖର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି କାହାଳିଆଗଡିଆ ଠାରେ ଅନୁଷ୍ଠିତ ପୂଜାରେ ହରିହର ବେହେରା ଓ ଦିନବନ୍ଧୁ ସାହୁ କର୍ତ୍ତଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ବନମାଳୀ ବେହେରା, ଗୋଲେଖ ବେହେରା, ଶିଶିର ବେହେରା, ଭିକାରୀ ବେହେରା, ଅଲେଖ ବେହେରା, ରତିକାନ୍ତ ବେହେରା, ଉପେନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ମୁରଲୀ ସାହୁ, ସୁଦର୍ଶନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି କୁରାଢ଼ିଘସା ପୂଜାରେ ଶିବପ୍ରସାଦ ବେହେରା, ରାମଚନ୍ଦ୍ର ବେହେରା, ମହେନ୍ଦ୍ର ବେହେରା, ଆନନ୍ଦ ବେହେରା, ନରହରି ବେହେରା, ରତ୍ନାକର ବେହେରା, ମାୟାଧର ବେହେରା, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ସୋସୋ ମଝିସାହିରେ ଅନୁଷ୍ଠିତ ପୂଜାରେ ପ୍ରବଳ ଜନସମାଗମ ହୋଇଥିଲା । ପ୍ରତି ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ପରିଲଖିତ ହେଉଛି । ପୂଜା ମଣ୍ଡପ ଗୁଡିକୁ ଆକର୍ଶଣୀୟ ଢ଼ଙ୍ଗରେ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।


