ମରୈଗାଁ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ମରୈଗାଁ ସ୍ଥିତ ମା ତାରିଣୀଙ୍କ ପୀଠରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଯଜ୍ଞ ଓ ବାର୍ଷିକ ଉତ୍ସବ ଉପଲକ୍ଷେ ବସନ୍ତ କୁମାର ସୁଆର ଓ ପ୍ରଭାତୀ ସୁଆର କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ସୁଦାମ ଚରଣ ଜେନା, ଗୁରୁ ଚରଣ ଜେନା, ଶ୍ରୀନିବାସ ପଣ୍ଡା, ସାବିତ୍ରୀ ଜେନା, ସୁକାନ୍ତୀ ଗିରି, ଭାରତୀ ସୁଆର, ସୁଜାତା ସୁଆର, ଛବିରାଣୀ ଜେନା, ନୟନା ମିଶ୍ର, ଲଲିମା ଶଙ୍ଖୁଆ, ସାବିତ୍ରୀ ମାଝୀ, ସାବିତ୍ରୀ ଜେନା ପ୍ରମୁଖ ସହକର୍ତ୍ତା ଭାବେ ସାମିଲ ହୋଇ ଘଟ୍ଟୋତ୍ତଳନ କରିଛନ୍ତି । ଆଜି କାଳୁ ଘଟ୍ଟୋତ୍ତଳନ କରାଯାଇ ମାଙ୍କ ପାଖରେ ସ୍ଥାପନ କରାଯିବାପରେ ସ୍ୱତନ୍ତ୍ର ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଉଥିବାବେଳେ ପଣ୍ଡିତ ଯୋଗାନନ୍ଦ ପଣ୍ଡା, ଅମର ପଣ୍ଡା, ସ୍ୱରୁପାନନ୍ଦ ପଣ୍ଡା, କାମଦେବ ତ୍ରିପାଠୀଙ୍କ ଦ୍ୱାରା ହୋମଯଜ୍ଞ କରାଯାଉଛି । ସଭାପତି କୃଷ୍ଣଚନ୍ଦ୍ର ସୁଆର, ଚତୁର୍ଭୁଜ ଶଙ୍ଖୁଆ, କୃଷ୍ଣ ଚନ୍ଦ୍ର ସାହୁ, ଶରତ କୁମାର ସେଠୀ, ନିର୍ମଳ ଚନ୍ଦ୍ର ବାରିକ, ନିର୍ମଳ ଚନ୍ଦ୍ର ମଲ୍ଲିକ, ସତ୍ୟାନନ୍ଦ ମାଝୀ, ସୁଦର୍ଶନ ଭୋଳ, ସୁଦର୍ଶନ ଘଡେଇ, ସନ୍ତୋଷ କୁମାର ସା,ଗୌରାଙ୍ଗ ବାରିକ, ବାବୁ ସାହୁ, ସନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଶହଶହ ଶ୍ରଦ୍ଧାଳୁ ମାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହିତ ପ୍ରସାଦ ସେବନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ