ମରୈଗାଁ ପଂଚାୟତ ସ୍ତରୀୟ ବରିଷ୍ଠ ନାଗରିକଙ୍କ ବୈଠକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକର ମରୈଗାଁ ହାଇସ୍କୁଲ ପ୍ରାଙ୍ଗଣରେ ମରୈଗାଁ ପଂଚାୟତ ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଯୁଗଳ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଆନନ୍ଦପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନନ୍ଦପୁରର ମହେଶ୍ୱର ମିଶ୍ର, ମରୈଗାଁ ସରପଞ୍ଚ ନକୁଳ ଦାଶ, ମରୈଗାଁ ପଂଚାୟତସ୍ତରୀୟ ବରିଷ୍ଠ ନାଗରିକ ମଂଚର ସଭାପତି ଗୋପବନ୍ଧୁ ସୁଆର, ସମ୍ପାଦକ ବୃନ୍ଦାବନ ପଣ୍ଡା ଉପସ୍ଥିତ ରହି ବରିଷ୍ଠଟ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ, ସହାୟତା ଓ ସୁବିଧା ସମ୍ପର୍କରେ ସମ୍ପାଦକ ବୃନ୍ଦାବନ ପଣ୍ଡା ଆଲୋଚନା କରିଥିଲେ । ଜଣେ ବରିଷ୍ଠ ନାଗରିକ ଯେଭଳି ଅବଶିଷ୍ଟ ଜୀବନ ଭଲ ଭାବରେ ବିତାଇ ପାରିବ ତାହା ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନା ଉପରେ ରାଜ୍ୟ ସମ୍ପାଦକ ସଚେତନତା କରାଇଥିଲେ । କୌଣସି ଅସୁବିଧା ହେଲେ କେଉଁ ଜାଗାକୁ ଯାଇ ସହାୟତା ନେବ ସେ ସମ୍ପର୍କରେ ମଧ୍ୟ ବୈଠକରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କୁ ସୂଚନା ଦିଆଯାଇଥିଲା । ଏହି ମଂଚ ମାଧ୍ୟମରେ ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଦୂରକରିବା ପାଇଁ ପ୍ରୟାସ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ମରୈଗାଁ, ବେତିରା, ଏଲକଣା, ଚଣ୍ଡିବିରଂଚିପୁର, ତେନ୍ତୁଳିନଣ୍ଡା, ଶଙ୍ଖଣା, ନାଉପୁର ଆଦି ପଂଚାୟତର ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିବାବେଳେ କୋଷାଧ୍ୟକ୍ଷ ଗଣେଷ୍ୱର ମହାନ୍ତି, ସଭ୍ୟ ନିରଞ୍ଜନ ସା, ଅନାମ ଚରଣ ଜେନା ନାରାୟଣ ସାହୁ, ନକୁଳ ଚରଣ ସାମଲ, ଦୈତାରୀ ସାବତ, ଉପେନ୍ଦ୍ର ଜେନା, ସାବିତ୍ରୀ ଜେନା, ବାଗେଶ୍ୱର ଜେନା, ବିଶ୍ୱନାଥ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ