ମରୈଗାଁ ବଳିପୁର ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟତ ବାଧାପ୍ରାପ୍ତ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତାର ଅବସ୍ଥା ଏବେ ଶାଚନୀୟ ହୋଇପଡିଛି । ୧୫କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ପରେ ମାତ୍ର ଦିନ କେଇଟା ଭିତରେ ମରୈଗାଁ ବଳୀପୁର ରାସ୍ତା ସମ୍ପୁର୍ଣ୍ଣ ଭୁଷୁଡି ପଡି ପୁର୍ବାବସ୍ଥାକୁ ଫେରି ଆସିଥିଲେବି ବିଭାଗୀୟ କର୍ତ୍ତୁପକ୍ଷ ଏନେଇ ଠିକାଦାର କିମ୍ବା ସଂପୃକ୍ତ ଯନ୍ତ୍ରୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିବା ସହିତ ଅଞ୍ଚଳବାସୀଙ୍କ ଆଶା ଆକା„ା ଦିନ କେଇଟା ଭିତରେ ପାଣିରେ ମିଳାଇଗଲା । ଏବେ ବହୁ ଦାବିପରେ ସରକାର ଏହି ରାସ୍ତାଟିକୁ ତ୍ତ୍ର୍ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ ପାଇଁ ଯୋଜନା କରୁଛନ୍ତି । ଏହି ନଦୀବନ୍ଧ ରାସ୍ତାଟି ଜଳସମ୍ପଦ ବିଭାଗ ଅଧିନରେ ଥିବାବେଳେ ଏହି ରାସ୍ତାଟି ଉପରେ ହାଟଡିହି ବ୍ଳକର ନନ୍ଦିପଦା, ଇଞ୍ଚୋଳ, ଭୁତପଦା, ଅପସର, ବ୍ରାହ୍ମଣିକଳା, ଷଡଙ୍ଗ, ନସିରିପୁର, ଶାଳଣିଆଁ, ଡଅଁର, ଚଷାଖଣ୍ଡ, ଆଇତିପୁର, ଗେଡମା ଆଦି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ରାସ୍ତାଟି ଖାଲଖମାରେ ପୁରିଯାଇ ଯାତାୟତ ଅନୁପଯୋଗୀ ହୋଇପଡିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ୧୫କୋଟି ୭୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଏସ.କେ.ଏମ ଇନଫ୍ରାଭେଞ୍ଚର ନାମକ ଏକ ଠିକାସଂସ୍ଥା ଏହିକାମ କରୁଥିବାବେଳେ କାମଟି ମାତ୍ର ଦୁଇ ତିନି ମାସ ଭିତରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇ ରାସ୍ତାଟି ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏନେଇ ଅଭିଯୋଗ ହେବାପରେ ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଅନୁଧ୍ୟାନ କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ତଦନ୍ତ କରାଗଲା । ହେଲେ ଫଳ କିଛି ହେଲାନି । ଖାଲଢ଼ିପ ପୋତି ରାସ୍ତାଟିକୁ କାମଚଳା କରାଗଲା ହେଲେ ଆଉ ରାସ୍ତାଟିକୁ ପିଚୁ ରାସ୍ତାରେ ପରିଣତ କରାଗଲାନି । ଏବେ ଚିପିସ ମେଣ୍ଟାଲ ଉଠି ଓ ବଡବଡ ଖାଲଖମା ସୃଷ୍ଟି ହୋଇ ଯାତାୟତ ଅନୁପଯୋଗୀ ହୋଇ ପଡିଛି । ଏନେଇ ବିଭିନ୍ନ ସ୍ତରରୁ ଅନେକ ଦାବିପରେ ଗତ କିଛିମାସ ତଳେ ଜିଲ୍ଲାପାଳ ଏହି ରାସ୍ତା ପରିଦର୍ଶନ କରି ରାସ୍ତାଟିକୁ ପୁର୍ତ୍ତ ବିଭାଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦେବାକୁ ଯୋଜନା କରିଛନ୍ତି । କିନ୍ତୁ ରାସ୍ତା ନିର୍ମାଣରେ ବିଳମ୍ବ ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ରାସ୍ତାର ଅବସ୍ଥ।। ଶୋଚନୀୟ ହୋଇ ପଡିଥିବାରୁ ସାଧାରଣ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ରାସ୍ତାଦେଇ ବାଇକ କିମ୍ବା ୪ଚକିଆ ଜାନଟିଏ ଯାଇପାରୁନଥିବା ବେଳେ ଆମ୍ବୁଲାନସ କିମ୍ବା ଅଗ୍ନିଶମ ଗାଡି ଅନେକ ସମୟରେ ଅଧାରେ ଅଟକୁଛି । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ନିର୍ମାଣ ଲାଗି ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।