ମରୈଗାଁ ସାଇ ସେବା ସମିତି ପକ୍ଷରୁ ମାଗଣା ଚକ୍ଷୁଚିକିତ୍ସା ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ସତ୍ୟସାଇ ସେବା ସମିତ୍ତି ମରୈଗାଁ ପକ୍ଷରୁ ଏକ ମାଗଣା ଚକ୍ଷୁଚିକିତ୍ସା ଶିବର ଅନୁଷ୍ଠିତ ହୋଇଯାଇଛି । ଆବାହକ ସୁଦାମ ଚରଣ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଦୁଃଶାସନ ସାହୁ, ଗଦାଧର ବେହେରା, ବିଶ୍ୱନାଥ ଭୋଳ, ଗଣନାଥ ସାହୁ, ରମାକାନ୍ତ ବାରିକ, ଶଶି ଶେଖର ଦାଶ, ପ୍ରତାପ କୁମାର ଦାଶ ପରିଚାଳନା କରିଥିଲେ । ଏଥିରେ ୩୦ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ୧୧ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଭୁମିକା ଚକ୍ଷୁ ଚିକିତ୍ସାଳୟ ଯାଜପୁରର ଡାକ୍ତର ଅଭିଲିପ୍ସା ମହରଣା, ରତିକାନ୍ତ ଖୁଣ୍ଟିଆ, ଲିଜାରାଣୀ ସାହୁ, ସତ୍ୟରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ