ମର୍ମନ୍ତୁଦ ଦୂର୍ଘଟଣାରେ ବାପ ପୁଅ ମୃତ ମାଆ ଗୁରୁତର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କାଙ୍କି ଗ୍ରାମପଞ୍ଚାୟତ ଇନ୍ଦଡୁବା ଗ୍ରାମର କାଳିଚରଣ ହାଁସଦାଃଙ୍କ ପୁଅ ଦୁଃଖିଶ୍ୟାମ ହାଁସଦାଃ(୩୬) ଓ ନାତି ଭରତ ହାଁସଦାଃ(୧୬) ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଦ୍ବାରଶୁଣି ଘାଟିରେ ଶୁକ୍ରବାର ଦିନ ଘଟି ଯାଇଥିବା ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ବାପ ପୁଅ ମୃତ୍ୟୁ ବରଣ କରିଥିବାବେଳେ ତାରଣା ୟୁଜିଏମ୍ଇ ସ୍କୁ୍ଲ ରେ ଶିକ୍ଷୟିତ୍ରୀ ଥିବା ମାଆ ଋକ୍ମଣୀ ସୋରେନ୍ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି।
ଶନିବାର ଦିନ ବାରିପଦା ପିଆରଏମ୍ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମର ଶରିର ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟା ପାଖାପାଖି ୭ ଟା ସମୟରେ ବାପ ପୁଅ’ଙ୍କ ମର ଶରିର ଆସି ପହଞ୍ଚିଥିଲା । ସ୍ଥାନୀୟ ଅଞ୍ଚଳ ତଥା ଗ୍ରାମରେ ଶୋକାକୂଳ ପରିବେଶ ରହିଥିଲାବେଳେ ପରିଜନଙ୍କ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଥିଲା । ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା ୟୁଜିଏମଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ଶିକ୍ଷୟିତ୍ରୀ ଋକ୍ମଣୀ ସୋରେନ୍’ଙ୍କ ସାଥୀ ଶିକ୍ଷକମାନେ ପହଞ୍ଚି ମୃତକଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ଦିବଙ୍ଗତ ଆତ୍ମା ଦ୍ବୟ ର ସଦ୍ଗତି ନିମନ୍ତେ ପ୍ରର୍ଥନା କରିଥିଲେ । ଶୁକ୍ରବାର ଦିନ ବେତନଟି ସ୍ଥିତ ନବଦୟ ବିଦ୍ୟାଳୟରୁ ନବମ ଶ୍ରେଣୀର ଛାତ୍ର ଭରତଙ୍କ ବହିପତ୍ର ନେଇ ଏକ ମୋଟର ସାଇକଲ ଯୋଗେ ଫେରୁଥିବା ବେଳେ ଦ୍ବାରଶୁଣି ଘାଟୀରେ ଦୂର୍ଘଟଣାର ସମ୍ମୁଖିନ ହୋଇଥିଲେ । ତାରଣା ୟୁଜିଏମଇ ସ୍କୁଲ ଓ ତାରଣା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ଶିକ୍ଷୟିତ୍ରୀ ଋକ୍ମଣୀ’ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।କାଳିଚରଣ ହାଁସଦାଃ’ଙ୍କ ତିନି ପୁଅ ମଧ୍ୟରୁ ଦିବଙ୍ଗତ ଦୁଃଖିଶ୍ୟାମ ସବା ବଡ ପୁଅ ଥିଲେ ତାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିଲେ । ତେବେ ଝିଅଟି ବାପା ଓ ଭାଇଙ୍କୁ ହରାଇଲା ପରେ ମାଆଙ୍କ ଫେରିବା ବାଟକୁ ଅନାଇ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ