ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

ମାଲକାନଗିରି, (ଓ୍ବାଇଏନ୍ଏସ୍): ଆଜି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ମାର୍କାପାଲ୍ଲୀ ଗ୍ରାମପଞ୍ଚାୟତର ମାର୍କାପାଲ୍ଲୀ ହାଟ ନିକଟରେ ୩ ଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁଇଟି ମୋଟର ସାଇକେଲ ମାର୍କ।ପ।ଲ୍ଲୀରୁ ବୀ. ଏଲ. ପୁର ଆସୁଥିବା ବେଳେ ଅନ୍ୟ ଏକ ମୋଟର ସାଇକେଲ ବିପରୀତ ଦିଗରୁ ବି.ଏଲ.ପୁର ଆଡକୁ ଆସୁଥିଲା । ବି.ଏଲ.ପୁର ରୁ ଆସୁଥିବା ମୋଟର ସାଇକେଲ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁଇଟି ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମାଛିଆମ୍ବ ଗ୍ରାମର ଚନ୍ଦ୍ର ଖିଲ(୨୦)ର ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିବା ପରେ ଅମ୍ବୁଲାନ୍ସ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତି କରିଥିଲା। ତେବେ ସେଠାରେ କୁପୁଲିଗୁଡା ଗ୍ରାମର ପ୍ରଶାନ୍ତ ଖରା (୨୫) ଙ୍କର ମୃତ୍ୟୁ ଘଟିଥିଲା । ପ୍ରଥମିଳ ଚିକିତ୍ସା ପରେ ଗୁରୁତ୍ବର ଅବସ୍ଥାରେ ଅନ୍ୟ ୩ ଜଣ ମାଛିଆମ୍ବ ଗ୍ରାମର ହରି ଖରା(୩୦), ଚନ୍ଦ୍ର ଖିଲ(୨୧) ଓ ନରସିଂହ ଖରା(୩୫) ଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ