ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

ମୁମ୍ବଇ :- ସୋମବାର ସକାଳେ ମହାରାଷ୍ଟ୍ରର ୟାଭତମାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ପିକଅପ୍ ଭ୍ୟାନ ପୋଲରୁ ତଳକୁ ଖସି ଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟଲୋକେ ଓ ପୁଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ଯୋଗ୍ୟ, ଉକ୍ତ ଭ୍ୟାନରେ ଯାତ୍ରୀମାନେ ନିଜର ଜଣଙ୍କ ସମ୍ପର୍କୀୟଙ୍କ ଅସ୍ଥି ବିସର୍ଜନ ପାଇଁ କାଠେଶ୍ୱର ମନ୍ଦିର ଯାଇଥିଲେ । ସେଠାରୁ ଯୋଡ଼ମୋହା ଫେରୁଥିଲେ । ମାତ୍ର ଅଚାନକ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଭ୍ୟାନଟି ଏକ ଗଛରେ ପିଟି ହୋଇ ପୋଲରୁ ତଳକୁ ଖସି ଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ