‘ମର୍ସିଡିଜ୍ ନୂଆ ମୋଡେଲଏଏମ୍ଜି ସି-୪୩
ବିଳାସମୟ କାର ଉତ୍ପାଦନ କରୁଥିବା ଜର୍ମାନୀର କମ୍ପାନୀ ‘ମର୍ସିଡିଜ୍-ବେଞ୍ଜ’ ଗୁରୁବାର ନିଜର ଏଏମ୍ଜି ସି-୪୩ ୪ମ୍ୟାଟିକ କୁପେ ଭାରତୀ ବଜାରକୁ ପ୍ରବେଶ କରାଇଛି। ଏହି କାରର ଶୋରୁମ ମୂଲ୍ୟ ୭୫ ଲକ୍ଷ ଟଙ୍କାରୁ ଆରମ୍ଭ। ମର୍ସିଡିଜ୍ ବେଞ୍ଜର ଏହି କାରରେ ୩.୦-ଲିଟର ବି୬ ବାଇଟର୍ବୋର ଇଂଞ୍ଜିନ ଲାଗିଛି। ଏହା ୨୮୭ କିଲୋଓ୍ଵାଟ (୩୯୦ ହର୍ଷ ପାଓ୍ଵାର) ଶକ୍ତି ଉତ୍ପନ୍ନ କରିଥାଏ। ଏହି କାର୍ ଘଣ୍ଟା ପ୍ରତି ୪.୭ ସେକେଣ୍ଡରେ ଶୂନ୍ୟ ଠାରୁ ୧୦୦ କିଲୋମିଟର ଯାଇପାରିବ।
ଚଳିତ ବର୍ଷରେ କମ୍ପାନୀ ପକ୍ଷରୁ ଏହା ଦ୍ୱିତୀୟ ଥର ପାଇଁ ଆଉ ଏକ କାର ପ୍ରବେଶ କରାଯାଇଛି। ଏହା ପୂର୍ବରୁ କମ୍ପାନୀ ଜାନୁୟାରୀରେ ଭି-କ୍ଲାସକୁ ବଜାରରେ ଛାଡ଼ିଥିଲା। କମ୍ପାନୀର ଯୋଜନା ଅନୁସାରେ ଚଳିତ ବର୍ଷ ୧୦ ନୂତନ ଉତ୍ପାଦ ପ୍ରବେଶ କରିବ।
ମର୍ସିଡିଜ୍-ବେଞ୍ଜର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ମାର୍ଟିନ ଶ୍ୱେକ କହିଛନ୍ତି, ଦେଶରେ ନିଜର ଏଏମ୍ଜି ଉତ୍ପାଦ ରଣନୀତିକୁ ନେଇ କମ୍ପାନୀ ଏଯାଏଁ ସଫଳ ରହିଛି। ଏହି ରଣନୀତି ଅନୁସାରେ କମ୍ପାନୀ ୪୩, ୪୫, ୬୩ ଏବଂ ଜେଟି ଶ୍ରେଣୀକୁ ବଜାରରେ ପ୍ରବେଶ କରାଇଛି।