ମଲା ହରିଣ ମାଂସ ନେବା ଅଭିଯୋଗରେ ୧ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ନୂଆଗାଁ ଜଙ୍ଗଲ ନିକଟରୁ ମଲା ହରିଣ ମାଂସ ନେବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଣାର୍କ ବନବିଭାଗ। ସୂଚନଯୋଗ୍ୟ ଯେ, ଗୁରୁବାର ସକାଳେ ନୂଆଗାଁ ଜଙ୍ଗଲ ନିକଟରେ ଅଜଣା ବନ୍ୟଜନ୍ତୁଙ୍କ ଆକ୍ରମଣରେ ଏକ ହରିଣ ମରି ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖି ନିକଟସ୍ଥ ବନ ବିଭାଗ କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିବା ପୂର୍ବରୁ ସେହି ଗ୍ରାମର ଜୈନିକ ବ୍ୟକ୍ତି ଜବରଦସ୍ତି ଉକ୍ତ ମଲା ହରିଣର ଏକ ଗୋଡ ଫଡିଆ ହାଣି ନେଇ ଯାଇଥିଲା। ଏହି ଖବରକୁ ବନ ବିଭାଗ କର୍ମଚାରୀ ମାନଙ୍କୁ ସ୍ଥାନୀୟ ଲୋକମାନେ ଜଣାଇଥିଲେ। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ସୋନାଲି ପ୍ରଧାନ ଓ କୋଣାର୍କ ପୋଲିସ ପହଞ୍ଚି ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲେ। ମୃତ ହରିଣଟିକୁ ଜବତ କରି ଜିଲ୍ଲା ମୁଖ୍ୟ ବନବିଭାଗ କାର୍ଯ୍ୟାଳୟକୁ ନେଇ ବ୍ୟବଚ୍ଛେଦ କରାଯାଇଥିବା ସୂଚନା ମିଳିଛି। ହରିଣ ମାଂସ ନେଇଥିବା ଲ୍ଅଭିଯୋଗରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଉକ୍ତ ବ୍ୟଙ୍କ୍ତିକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଓଆର ୦୭/୨୦୨୨ ରେ ଏକ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଥିବା ବ୍ୟକ୍ତି ଅଜୟ ମଲ୍ଲିକଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୋଣାର୍କ ବନଖଣ୍ଡ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ