ମଲିଆ ଗ୍ରାମ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା
ଯାଜପୁର, (ଓ୍ବାଇଏନ୍ଏସ୍):ଯାଜପୁର ବିଂଝାରପୁର ମଲିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ। ବାଛଳ ପଞ୍ଚାୟତର ଦାଣ୍ଡିସହି ଏବଂ ଫତେପୁର ପଂଚୟତର ମଲିଆ ଗ୍ରାମରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ସାନିଟେସନ, ଅତ୍ୟାବଶ୍ୟକୀୟ ସମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ଲ ଏଣ୍ଡ ଅର୍ଡର ସିକ୍ୟୁରିଟି ପାଇଁ ୪ ଜଣ ନୋଡ଼ାଲ ଅଫିସର ନିଯୁକ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମଲିଆରୁ ଜଣେ ପଜିଟିଭ ଚିନ୍ହଟ ହୋଇଥିଲେ । ତେବେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ୩୨୬ରେ ପହଂଚିଛି । ସେଥିମଧ୍ୟରୁ ୪୬ ଜଣ ଆକ୍ରାନ୍ତ ସକ୍ରିୟ ଥିବାବେଳେ ୨୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।


