ମଲ୍ଲିପସି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ) :-ମଲ୍ଲିପସି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଧଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭଅଁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଲକ୍ଷ୍ମଣ ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ହଦଗଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ସାହୁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଏବିଇଓ ତଥା ବିଆରସିସି ସୁରେଶ କୁମାର ଯେନା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଏବିଇଓ ଚତୁର୍ଭୁଜ ପହି, ସମ୍ମାନୀତ ଅତିଥି ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ସରପଞ୍ଚ ନିରୁପମା ନନ୍ଦୀ, ଶିକ୍ଷକ ସଂଘ ମିଳିତ ମଞ୍ଚର ସଭାପତି ହରମୋହନ ପଣ୍ଡା, ସମ୍ପାଦକ ମିହିର କୁମାର ପଣ୍ଡା, ପୁର୍ବତନ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ବିଜୟ କୁମାର ଜେନା, ମୋନ କୁମାର ମହାନ୍ତି, ସମାଜସେବୀ ମଦନ ମୋହନ ନନ୍ଦୀ ପ୍ରମୁଖ ଯୋଗଦେଇ ପୁରୁଷୋତ୍ତମ ସାର ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କର ଅବସର ସମୟ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ଧଳଙ୍କୁ ମାନପତ୍ର, ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ବାଘରାଇ ମାଝୀ, ସାଧୁ ଚରଣ ହୋ, ଗଣେଶ ଚନ୍ଦ୍ର କୋଇପାଇ, ତୁଷାରକାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।  ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ