ମଲ୍ଲୀର ମହକ ମଂଚସ୍ଥ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଅର୍ପଣ ଡ୍ୟାନସ ଓ ଡ୍ରାମା ଫେଷ୍ଟିଭାଲ ପକ୍ଷରୁ ସାମାଜିକ ସଚେତନତା ଧର୍ମୀ ନାଟକ ମଲ୍ଲୀର ମହକ ମଂଚସ୍ଥ ହୋଇଯାଇଛି । ସୁଶାନ୍ତ ଶତପଥୀଙ୍କ ପରିକଳ୍ପନା, ଡ. ମୌସୁମୀ ପରିଡ଼ାଙ୍କ ରଚିତ ନାଟକଟିରେ ନାୟିକା ଇସିତା କିପରି ନିଜ ବୃତିଗତ ଜୀବନ ଜୀବିକା ତଥା ସାମାଜିକ ପ୍ରଚଳିତ ବ୍ୟବସ୍ଥାରେ କିପରି ସଂଘର୍ଷ କରିଛି ତାହାର ଏକ ନିଆରା ନିଦର୍ଶନ ଦେଖିବାକୁ ମିଳିଥିଲା । ବାପା ଭୂମିକାରେ ସୁବାସ ପଣ୍ଡାଙ୍କ ଦମଦାର ଅଭିନୟ ସହିତ ଧରିତ୍ରୀ ଖଣ୍ଡୁଆଳ, ସସ୍ମିତା ରାଉତ, କଳ୍ପନା ମହାରଣା, ଶାଶ୍ୱତ, ବିମଲ ପ୍ରମୁଖଙ୍କ ଅଭିନୟ ଦର୍ଶକଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଅତିଥି ଭାବେ ବରିଷ୍ଠ ମଂଚ ଅଭିନେତା ଧୀରେନ୍ଦ୍ର ନାଥ ମଲ୍ଲିକ, ଆରତୀ ପଟଯୋଶୀ ଯୋଗଦେଇଥିବାବେଳେ ସାମ୍ବାଦିକା ଗାୟତ୍ରୀ ମହାନ୍ତି, ବିପ୍ଳବ ଶତପଥୀ, ଜୟପ୍ରକାଶ ବାରିକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ