ମଳୟ ଯୁକ୍ତ ବୃକ୍ଷ ଚନ୍ଦନ ପରି ମଣିଷ ଥିଲେ ସରୋଜକାନ୍ତ ଜେନା(ଟୁକଭାଇ)

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସେ ଦିନ ଥିଲା ୧୯୫୩ମସିହା ଏପ୍ରିଲମାସ ୨୯ତାରିଖ । ଯେଉଁଦିନ ଶଙ୍ଖପୁର ଗ୍ରାମର ରସାନନ୍ଦ ଜେନା ଓ ପ୍ରେମଶିଳାଙ୍କର ପ୍ରଥମ ସନ୍ତାନ ଜନ୍ମ ନେଇଥିଲେ । ପିତାମାତା ଓ ବନ୍ଧୁ ପରିଜନ ନବଜାତ ଶିଶୁର ଶୁଭନାମ ରଖିଥିଲେ ସରୋଜ । ବାଲ୍ୟଜୀବନ ପରେ ପ୍ରାଥମିକ ଶିକ୍ଷା ନିଜ ଗ୍ରାମ ସ୍କୁଲରେ ସମାପ୍ତ କରି ପିତାଙ୍କ ତତ୍ୱାବଧାନରେ ହାଇସ୍କୁଲ ଅିକ୍ଷା ନିଅନ୍ତି ଜଗତସିଂହପୁର ଜିଲ୍ଲା ସ୍ଥିତ ତରିକୁଦ ହାଇସ୍କୁଲରେ । କୃତିତ୍ୱର ସହ ମାଟ୍ରିକ ପାସ କରି ଉଚ୍ଚ ଶିକ୍ଷା ପାଇଁ କଟକ ସହରର ଷ୍ଟୁଆର୍ଟ ସାଇନ୍ସ କଲେଜରେ ଅଧ୍ୟୟନ କରି କୃତିତ୍ୱର ସହ ବି.ଏସ.ସି. ପାସ କରନ୍ତି । ଛାତ୍ର ଜୀବନରୁ ନମ୍ର ବ୍ୟବହାର, ସଦାଚାର ଆଚରଣ ପାଇଁ ଗ୍ରାମରେ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ । ଗ୍ରାମର ସାମଗ୍ରିକ ବିକାଶ ପାଇଁ ସାଙ୍ଗସାଥି ମାନଙ୍କୁ ସାଙ୍ଗରେ ନେଇ ବିଭିନ୍ନ କାର୍ଯ୍ୟ କରୁଥିଲେ । ଉଚ୍ଚଶିକ୍ଷା ପରେ ନିଜର ଦକ୍ଷତା ଓ କୁଶଳୀ ଜ୍ଞାନ ଦ୍ୱାରା କେନ୍ଦ୍ର ସରକାର ସହବନ୍ଧିତ ଟାଟା ରିଫାକ୍ଟେରି ଲିମିଟେଡରେ ଫୋରମ୍ୟାନ ରୂପେ ଯୋଗଦେଇଥିଲେ ମଧ୍ୟ ଛୁଟି ଟିକେ ମିଳିଲେ ଧାଇଁ ଆସନ୍ତି ଗାଁ ମାଟିକୁ । ତାଙ୍କର ସରଳ ଅମାୟିକ ବ୍ୟବହାର, ପିଲାମାନଙ୍କ ପ୍ରତି ଅନାବିଳ ସ୍ନେହ, ଗାଁ ପ୍ରତି କର୍ତ୍ତବ୍ୟ ପରାୟଣତା, ଗ୍ରାମରେ ମା’ଶଙ୍ଖେଶ୍ୱରୀ ମନ୍ଦିର ପ୍ରତିଷ୍ଠାରେ ତାଙ୍କର ଭୂମିକା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂପୃକ୍ତି ପାଇଁ ଆଜି ସମସ୍ତେ ଖୋଜୁଛନ୍ତି ତାଙ୍କୁ । ଆଜିକୁ ୧୧ଦିନ ହୋଇଗଲା ଅଫେରା ରାଇଜର ଯାତ୍ରୀ ସରୋଜକାନ୍ତ ଜେନା(ଟୁକୁଭାଇ) । ତାଙ୍କର ଆବର୍ତ୍ତମାନରେ ଝୁରୁଛି ।ାଜି ଶଙ୍ଖପୁର ଗାଁ, ଗାଁର ଆବାଳ ବୃଦ୍ଧ ବନିତା, ପରିବାର, ଆତ୍ମିୟ ସ୍ୱଜନ, ବନ୍ଧୁ ପରିଜନ ସମସ୍ତେ ଟୁକୁଭାଇଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି । ଗତ ମାର୍ଚ୍ଚ ୧୭ତାରିଖ ଶୁକ୍ରବାର ରାତି ୮ଟା ୩୦ମିନିଟ ସମୟରେ ଭୁବନେଶ୍ୱରସ୍ଥିତ ଉତ୍କଳ ନର୍ସିଂହୋମରେ ଚିକିତ୍ସିତ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ପରେ ମରଶରୀରକୁ ଶୋଭାଯାତ୍ରାରେ ଆଣି ଗ୍ରାମ୍ୟ ମଶାଣୀରେ ସାନଭାଇ ବାବୁ, ପୁଅ ଚିକୁ ଝିଅ ଲିପି, ଚୁମୁକି, ଜ୍ୱାଇଁ ସୁତୁରା, ମିଲୁ, ମିକୁ, ପରିବାର, ଆତ୍ମିୟ ସ୍ୱଜନ, ଶହ ଶହ ଗ୍ରାମବାସୀ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଶେଷକୃତ୍ୟ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଜଣେ ଦରଦୀ ହୃଦୟର ମଣିଷ ଟୁକୁ ଭାଇଙ୍କ ଆତ୍ମିୟତାର ଭାବ, ସ୍ନେହଭରା କଥା, ନିଷ୍କପଟ ବ୍ୟବହାର ଚନ୍ଦନ ପରି ସମସ୍ତଙ୍କ ମନକୁ ଆନନ୍ଦିତ କରୁଥିଲା । ତାଙ୍କର ଏକାଦଶାହ ଅବସରରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମା ସଦଗତି ଲାଭ କରୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ