ମସ୍ତିଷ୍କକୁ ଅଧିକ ସକ୍ରିୟ ରଖିବା ପାଇଁ ଏଭଳି କରନ୍ତି…

ଆଜିକାଲି ସମୟରେ ଶାରୀରିକ ଫିଟ୍‌ନେସ୍‌ର ଯେମିତି ଆବଶ୍ୟକତା ରହିଛି, ସେହିପରି ଭାବେ ମସ୍ତିଷ୍କର ମଧ୍ୟ ଫିଟ୍‌ ଏଣ୍ଡ ଆକ୍ଟିଭ୍‌ ରହିବା ଅଧିକ ଗୁରୁତ୍ବପୂର୍ଣ୍ଣ। କେତେକ ଲୋକ ନିଜ ମସ୍ତିଷ୍କକୁ ଆକ୍ଟିଭ୍‌ ରଖିବା ଲାଗି ସାରା ଦିନ କଫି ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଆବଶ୍ୟକତାଠାରୁ ଅଧିକ କଫି ସେବନ ଶରୀରକୁ ଆକ୍ଟିଭ୍‌ ରଖିବା ବଦଳରେ କ୍ଷତି ପହଞ୍ଚାଇ ପାରେ। ଚାଲନ୍ତୁ ଜାଣିବା ମସ୍ତିଷ୍କକୁ ଆକ୍ଟିଭ୍‌ ରଖିବା ଲାଗି କଫି ନା ବ୍ୟାୟାମ କାହାର ଅଧିକ ଆବଶ୍ୟକତା ରହିଛି।
କଫିର ପାର୍ଶ୍ବପ୍ରତିକ୍ରିୟା : କଫିରେ ଅନେକ ମାତ୍ରାରେ କଫିନ୍‌ ରହିଛି। ଯେଉଁ କାରଣରୁ ଆବଶ୍ୟକତାଠାରୁ ଅଧିକ କଫି ସେବନ ଆପଣଙ୍କ ନିଦକୁ ଡିଷ୍ଟର୍ବ କରିପାରେ। ଯଦି ଆପଣ ଦିନରେ ୨ କପ୍‌ରୁ ଅଧିକ କଫି ପିଉଛନ୍ତି, ତେବେ ରାତିରେ ଆପଣଙ୍କୁ ଶୋଇବାରେ ସମସ୍ୟା ହୋଇପାରେ। ଆପଣ ଶୋଇଲେ ମଧ୍ୟ ଅଧିକ କଫି ସେବନ କରିଥିବାରୁ ଆପଣଙ୍କୁ ଏକ ହେଲ୍‌ଦି ନିଦ ହୋଇ ନ ପାରେ।
କଫି ସେବନ ଫଳରେ କ’ଣ କ୍ଷତି ହୋଇଥାଏ : ଅଧିକ କଫି ସେବନ କରିବା ଦ୍ବାରା ମୁଣ୍ଡ ଯନ୍ତ୍ରଣା, ହୃତସ୍ଫନ୍ଦନ ବଢ଼ିଯିବା, ଅସ୍ତବ୍ୟସ୍ତ ଲାଗିବା, ପେଟରେ ଯନ୍ତ୍ରଣା, ପେଟରେ ଗ୍ୟାସ ଓ ଅମ୍ଳ, ଶରୀର ଥରିବା ଭଳି ସସମ୍ୟା ହୋଇପାରେ।
ବ୍ୟାୟାମର ଫାଏଦା : ଆଜିକାଲିର ବ୍ୟସ୍ତ ବହୁତ ଜୀବନରେ ଲୋକଙ୍କ ପାଖରେ ବ୍ୟାୟାମ କରିବାକୁ ଅଧିକ ସମୟ ମିଳୁ ନାହିଁ। ତଥାପି ଦିନରେ ୪୫ ମିନିଟ୍‌ ପାଇଁ ଶାରୀରିକ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ବାରା ଆପଣ ସାରା ଦିନ ଶାରୀରିକ ଓ ମାନସିକ ଭାବେ ମଜବୁତ ଓ ଫିଟ୍‌ ଅନୁଭବ କରିବେ।
ଖୁସି : ଯଦି ଆପଣ ସକାଳୁ ଉଠି ୪୫ ମିନିଟ୍‌ ବ୍ୟାୟାମ କରନ୍ତି, ତେବେ ସାରା ଦିନ ଆତ୍ମବିଶ୍ବାସରେ ଭରପୂର ରହିବେ। ଯେଉଁ କାରଣରୁ ଆପଣ ସାରା ଦିନ ନିଜ ଭିତରେ ଏକ ଖୁସି ଅନୁଭବ କରିବେ। ଏହି ଖୁସି ସହିତ ଆପଣ ସାରା ଦିନର କାମ ପୂରା ମନ ଲଗାଇ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ