ମହଙ୍ଗା ପଡିଲା କୋଭିଡ୍ ନିୟମ ଉଲଂଘନ କରିବା: ହୋଟେଲ ମାଲିକକୁ ୫୦ ହଜାର ଟଙ୍କାର ଜୋରିମାନା
ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ): ବିବାହ ଉତ୍ସବରେ ଖୋଲା ଖୋଲି ଭାବେ କୋଭିଡ୍ ନିୟମ ଉଲଂଘନ କରିବା ପଡିଲା ମହଙ୍ଗା।ଏହି ଅଭିଯୋଗ ଆଧାରରେ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି। ଏ ସଂପର୍କରେ ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି। ବ୍ରହ୍ମପୁର ନନ୍ଦନ ହୋଟେଲର ମାଲିକ କୃଷ୍ଣ ସାହୁଙ୍କୁ ଟାଉନ ଥାନା ପୋଲିସ ବର୍ତ୍ତମାନ ଅଟକ ରଖିଛି । ଦୁଇ ଦିନ ପୁର୍ବେ ସ୍ତାନୀୟ ଗୋପାଳପୁର ମେଫେର ହୋଟେଲରେ ବିବାହ ହୋଇଥିଲା । କୃଷ୍ଣଚନ୍ଦ୍ର ସାହୁ ବିବାହ ପାଇଁ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇଥିଲେ । ତେବେ ସେଠାରେ କୌଣସି ନିୟମ ମାନି ନଥିବା ସହ ମାସ୍କ ଏବଂ ସାମାଜିକ ଦୂରତା ମାନି ନଥିଲେ । ଯାହା ଫଳରେ ପୋଲିସ ଆଜି ବିବାହ ପାଇଁ ଆବେଦନ କରିଥିବା କୃଷ୍ଣ ସାହୁଙ୍କୁ ଏବେ ଅଟକ ରଖିଛି । ତଦନ୍ତ ପରେ କୋଭିଡ୍ ନିୟମ ଉଲଂଘନକାରୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ଏସ୍ପି ପି.ପିନାକ ମିଶ୍ର କହିଛନ୍ତି। ସେପଟେ ହୋଟେଲରୁ ୫୦ ହଜାର ଟଙ୍କା ଜୋରମାନା ଆଦାୟ ସହ ବର ଯାତ୍ରୀ ଗାଡ଼ି ଜବତ କରିଛି ପୋଲିସ୍। ଏହି ଘଟଣାରେ ଗୋପାଳପୁର ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।


