ମହଙ୍ଗା ପଡିଲା ଟଙ୍କା ଆଦାୟ

ମୋହନା, (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ସାମ୍ବାଦିକଙ୍କ ଅସାମାଜିକ କାର୍ଯ୍ୟ ବଢିବାରେ ଲାଗିଥିବାରୁ ସେମାନଙ୍କ ଉପରୁ ସାଧାରଣ ଜନତାଙ୍କ ବିଶ୍ୱାସ ତୁଟୁଛିା କେତେବେଳେ ସାମ୍ବାଦିକ ବିଦ୍ୟାଳୟ ମଧ୍ୟରେ ପଶ ିପିଲାଙ୍କୁ ମାଡ ମାରୁଛନ୍ତି ତ ଆଉକେତେବେଳେ ମିଛ ପରିଚୟ ଦେଇ ଟଙ୍କା ଆଦାୟ କରୁଛନ୍ତି । ସୁଚନାଥାଉକି, ଏକ ଦୈନିକ ଛାପାଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ନିଜକୁ ଅତିରିକ୍ତ ତହସିଲଦାରଙ୍କ ପରିଚୟ ଦେଇ ଟଙ୍କା ଆଦାୟ ଯ଼ୋଜନା କରୁଥିବା ବେଳେ ଧରାପଡିଛନ୍ତି । ସାମ୍ବାଦିକଙ୍କ ବିରୋଧରେ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୋହନା ପୋଲିସ ଥାନା କେସ ନଂ ୧୪୨/୧୯ ରେ ଆଇପିସି ଧାରା ୪୦୦ଦଫା ରେ ମାମଲା ଦାୟର କରି ଅନଯାୟୀ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସାମ୍ବାଦିକ କର୍ଚ୍ଚବାଡି ବାଲିଘାଟରୁ ଦୁଇଟି ଟ୍ରାକ୍ଟର ବେଆଇନ ବାଲି ଉଠାଣ କରୁଥିବା ସମୟରେ ନିଜର କିଛି ସହଯୋଗୀଙ୍କ ସହାୟତାରେ ଏକ ନମ୍ବର୍ ବିହୀନ ବୋଲେରୋରେ ଘଟଣା ସ୍ଥଳରେ ପହଞ୍ଚି ବାଲି ଚାଲାଣ ହେଉଥିବା ଗାଡ଼ିର କାଗଜପତ୍ର ମାଗିଥିଲେ । କିନ୍ତୁ ସେମାନେ କୌଣସି କାଗଜପତ୍ର ଦେଖାଇ ପାରିନଥିବାରୁ ଅତିରିକ୍ତ ତହସିଲଦାରଙ୍କ ପରିଚୟ ଦେଇ ମାମଲା ରଫାଦଫା ପାଇଁ ପନ୍ଦର ହଜାର ଟଙ୍କା ଟ୍ରାକ୍ଟର ଚାଳକ ଦୁଇଜଣ କର୍ଚ୍ଚବାଡି ଗ୍ରାମର ପିତର ମଲ୍ଲିକ ଏବଂ ଲୁହାଗୁଡି ଗ୍ରାମର ଚିଣ୍ଟୁ ଦଳାଇଙ୍କୁ ଜୋର ଜବରଦସ୍ତ ମାଗିଥିଲେ । ସେମାନେ ଟଙ୍କା ନଦେବାରୁ ସାମ୍ବାଦିକଜଣକ ତାଙ୍କ ତାଙ୍କ ଗାଡିର ଚାବିକୁ ଜୋରଜବରଦସ୍ଥ ଛଡାଇଆଣିଥିଲେ ଏବଂ ଟ୍ରାକ୍ଟର ଚାଳକଙ୍କୁ ମୋହନା ତହସିଲଦାର ଙ୍କ ନିକଟରେ ହାଜର ମଧ୍ୟ କରିଥିଲେ । କିନ୍ତୁ ତହସିଲଦାରଙ୍କ ନିକଟରେ ଦୁଇ ଟ୍ରାକ୍ଟର ଚାଳକ ସାମ୍ବାଦିକ ନିଜକୁ ଅତିରିକ୍ତ ତହସିଲଦାରଙ୍କ ପରିଚୟ ଦେଇ ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ । ପରେ ତହସିଲଦାର ସମସ୍ତ ଘଟଣାର ଅନୁଧ୍ୟାନ କରିବା ସହ ମୋହନା ଥାନାରେ ନକଲି ଅତିରିକ୍ତ ତହସିଲଦାର ଅଂଶୁମାନଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ