ମହଙ୍ଗା ପଡିଲା ତହସିଲଦାରଙ୍କ ସାର୍ଟ ଚିରା

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ଥିବା ସାରା ଦୋକାନ ଆଗରେ କେତେକ ବ୍ୟକ୍ତି ଗତ ଅଗଷ୍ଟ ୩୧ ତାରିଖ ୩୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ସେହିଦିନ ହିଁ ସାର ଦେବାକୁ ଦାବି କରିଥିଲେ। ଖବର ପାଇ ବୁଗୁଡା ତହସିଲଦାର ତଥା ଏଗଜିକିଉଟିଭ୍ ମାଜିଷ୍ଟ୍ରେଟ ସଂଗ୍ରାମ କେଶରୀ ଜେନା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ବ୍ୟକ୍ତିମାନଙ୍କୁ ସାର ଶେଷ ହୋଇ ଯାଇଥିବା ବେଳେ ପୁଣି ଆସିଲେ ଦିଆଯିବ ବୋଲି କହି ରାସ୍ତା ଅବରୋଧରୁ କ୍ଷାନ୍ତ ହେବାକୁ ଅନୁରୋଧ କରିଥିଲେ। ହେଲେ ଉତ୍ୟକ୍ତ ଲୋକେ ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କୁ ଘେରାଉ କରି ଟଣା ଓଟରା କରିବା ସହ ସାର୍ଟ ଚିରି ଦେଇଥିଲେ। ଖବର ପାଇ ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଏଗଜିକିଉଟିଭ୍ ମାଜିଷ୍ଟ୍ରେଟ ଶ୍ରୀ ଜେନାଙ୍କୁ ଘେରାଉରୁ ମୁକୁଳାଇଥିଲେ । ମାଜିଷ୍ଟ୍ରେଟ ଶ୍ରୀ ଜେନାଙ୍କ ଏତଲା ପ୍ରକାରେ ବୁଗୁଡା ଥାନା କେଶ ନଂ ୨୫୦/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା ଭାଇରାଲ ହୋଇ ଥିବା ଘେରାଉ ଓ ଟଣା ଓଟରା ଭିଡିଓ ପ୍ରକାରେ ବୁଗୁଡା ପୋଲିସ ରାମଣ୍ଡା ଗ୍ରାମର ଦୀପକ ପାତ୍ର-୨୪, ରଙ୍କ ଗୌଡ଼-୩୫ ଓ କିରଣ କୁମାର ବେହେରା -୨୬, ସୁବୁଦ୍ଧିପଲ୍ଲୀ ଗ୍ରାମର ଗନ୍ଧର୍ବ ଗୌଡ଼-୫୫, ଖୋଳଖାଳି ର ସର୍ଜନ ସାହୁ -୪୫, ବୁରୁଝୋଳା ର ବିପ୍ର ଗୌଡ଼-୫୦, ଏବଂ ତାଳସାକର ଗ୍ରାମର ସୁଶାନ୍ତ ବେହେରା-୪୩ ଓ ଦଣ୍ଡପାଣି ନାୟକ-୪୭ ଆଠ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ