ମହଙ୍ଗା ପଡିଲା ଭାଇରାଲ ଭିଡିଓ; ପ୍ରେମିକାଙ୍କ ବାହାଘର ନିଷ୍ପତ୍ତି ପ୍ରତ୍ୟାହାର ପରେ ଜେଲ ଗଲା ପ୍ରେମିକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆପତ୍ତି ଜନକ ଅବସ୍ଥାର ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଭିଡିଓ ଭାଇରାଲ ପରେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରେମିକ ପ୍ରବର ଯୁବକକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମର ଜନୈକ ଯୁବକଙ୍କର ପଡୋଶୀ ଗାଁର ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଦୀର୍ଘଦିନ ପ୍ରେମ ସମ୍ପର୍କ ଭିତରେ ଏହା ବିବାହର ରୂପ ନେବାକୁ ଯାଇଥିଲା । ନିକଟରେ ଦୁହିଁଙ୍କ ବିବାହ ପାଇଁ ଦୁଇ ପରିବାର ପକ୍ଷରୁ ବିଧି ବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଆଶନ୍ତା ଲଗ୍ନରେ ଦୁହିଁଙ୍କର ବିବାହ ହେବାକୁ ଥିବାବେଳେ କୌଣସି କାରଣରୁ ଯୁବକ ଓ ଯୁବତୀଙ୍କ ମଧ୍ୟରେ ମନମାଳିନ୍ୟ ଘଟିଥିଲା । ଯୁବତୀ ଜଣକ ପ୍ରେମ ସମ୍ପର୍କକୁ ଭୁଲିଯାଇ ଯୁବକଙ୍କୁ ବିବାହ କରିବ ନାହିଁ ବୋଲି ନିଷ୍ପତି ଶୁଣାଇଥିଲା । ସୁତରାଂ ବାହାଘର ଭାଙ୍ଗିଯିବା ପରେ ଯୁବକ ଜଣକ ଯୁବତୀଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ । ଦୁହିଁଙ୍କ ପ୍ରେମ ସମ୍ପର୍କ ବେଳର କିଛି ଆପତ୍ତିଜନକ ଫଟୋ ଓ ଭିଡିଓକୁ ପ୍ରେମିକ ପ୍ରବର ଯୁବକ ସାମାଜିକ ଗଣମାଧ୍ୟମରେ ଛାଡିବାକୁ ପଛାଇନଥିଲା । ଏକଥା ପ୍ରେମିକା ଯୁବତୀ ଜଣକ ଜାଣିବା ପରେ ପୁଲିସ ନିକଟରେ ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା । ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପୁଲିସ ଆଜି ଯୁବକକୁ ଗିରଫ କରିଥିବାବେଳେ ଭାଇରାଲ ହୋଇଥିବା ମୋବାଇଲଟିକୁ ମଧ୍ୟ ଜବତ କରିଛି । ଏନେଇ ୫୩/୨୧ରେ ଏକ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ