ମହଙ୍ଗା ହେଲା ରେଳ ଟିକେଟ୍
ନୂଆଦିଲ୍ଲୀ : ନୂଆବର୍ଷରୁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ କଡ଼ା ଝଟ୍କା ଦେଇଛି। ଜାନୁଆରୀ ୧ ଅର୍ଥାତ ଆଜିଠାରୁ ମହଙ୍ଗା ହୋଇଛି ରେଳ ଟିକେଟ୍। ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ବଡ ପ୍ରଭାବ ପଡିବ । କାରଣ ଭାରତୀୟ ରେଳବାଇ ଯାତ୍ରୀଙ୍କ ଟିକେଟରେ କିଲୋମିଟର ପିଛା ୪ ପଇସା ବୃଦ୍ଧି କରିଛି । ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ପାଇଁ ୨ ପଇସା ପ୍ରତି କିଲୋମିଟର ଏବଂ ଏସି ଟ୍ରେନ୍ ପାଇଁ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି ।
ତେବେ ଆସନ୍ତୁ ଜାଣିବା କେଉଁ ଯାତ୍ରା ପାଇଁ ଏଣିକି ଆପଣଙ୍କୁ କେତେ ଟଙ୍କା ଅଧିକ ଦେବାକୁ ହେବ । ସାଧାରଣ ଅଣଶୀତତାପ ନିୟନ୍ତ୍ରିତ ଯାତ୍ରା ପାଇଁ କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ମେଲ୍ କିମ୍ବା ଏକ୍ସପ୍ରେସ ନନ୍-ଏସି ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ସେହିପରି ଶୀତତାପ ନିୟନ୍ତ୍ରିତ ଯାତ୍ରା ପାଇଁ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି । ଏଣିକି ଟ୍ରେନରେ ଯାତ୍ରା କରିବାକୁ ହେଲେ, ଆପଣଙ୍କୁ ଆଗ ଅପେକ୍ଷା ଅଧିକ ଟଙ୍କା ଦେବାକୁ ହେବ । କୁହାଯାଉଛି, ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ଭଡା ବଢାଇବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଦୀର୍ଘ ସମୟ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।