ମହନ୍ତ ରାମାନୁଜ ଦାସ ମହାରାଜାଙ୍କ ପରଲୋକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ଶ୍ରୀ ବାଲାଜୀ ମଠର ମହନ୍ତ ପଣ୍ଡିତ ମଧୁସୂଦନ ରାମାନୁଜ ଦାସ ମହାରାଜଙ୍କ ପରଲୋକ  ହୋଇଯାଇଛି। ମହନ୍ତ  ରାମାନୁଜ  ବାଲାଜୀ ମଠର ପଞ୍ଚମ ମହନ୍ତ ରୂପେ ଦୀର୍ଘ ୩୦ ବର୍ଷ ଧରି ଗାଦିସୀନ ଥିଲେ। ଭୀଷ୍ମଗିରି ଗ୍ରାମ ତଥା ଗଞ୍ଜାମ ଜିଲ୍ଲାର ବହୁ ଧର୍ମୀୟ ଅନୁଷ୍ଠାନ ସହିତ ସେ ସମ୍ପୃକ୍ତ ଥିଲେ।‌ତାଙ୍କ ପାର୍ଥିବ ଶରୀରକୁ ବାଦ୍ୟ ବାଜଣା ସହକାରେ ଭୀଷ୍ମଗିରି ଗ୍ରାମ ପରିକ୍ରମା କରାଯିବା ସହିତ ବୈଷ୍ଣବ ରୀତି ନୀତି ଅନୁଯାୟୀ ସଂସ୍କାର କରାଯାଇଥିଲା। ସହସ୍ରାଧିକ ରାମାନୁଜ ସମ୍ପ୍ରଦାୟର ଭକ୍ତ, ଶିଷ୍ୟ ଏବଂ ଜିଲ୍ଲାର  ବିଭିନ୍ନ ଅଞ୍ଚଳ ର ମଠାଧୀଶ ମାନେ ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ