ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମର ଉଦଯାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ୧୦  ଦିନ ଧରି ଚାଲିଥିବା ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମର  ଉଦଯାପନୀ ସଭା ଅନୁଷ୍ଟିତ ହୋଇଛି। ଏହିତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ରୁ ମୋଟ ୫ ଜଣ ପୁରୁଷ ଏବଂ ୨୧ ଜଣ ମହିଳା ତାଲିମ ନେଇଥିଲେ । ସମସ୍ତ ପ୍ରତିଭାଗୀ  ମାନଙ୍କ ପାଇଁ ଅନୁଷ୍ଠାନରେରେ ବିନା ମୂଲ୍ୟ ରେ ରହିବା, ଖାଇବା ସହିତ ଯାତ୍ରା ଭତ୍ତା ପ୍ରଦାନ କରଯାଇଥିଲା । ଉଦଯାପନ ସଭାରେ  ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵ କରିଥିଲେ । ରାୟଗଡା ସ୍ଥିତ ୟୁନିୟନ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟପ୍ରବନ୍ଧକ ଜ୍ୟୋତିପ୍ରଭା ଶବର ମୁଖ୍ୟ ଅତିଥି  ରୂପେ ଯୋଗ ଦେଇଥିବା ବେଳେ ଗଜପତି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାଇକ, ଜିଲ୍ଲାଶିଳ୍ପ କେନଦ୍ରର ଜିଏମ୍ ସୁନାରାମ ସିଂହ, ଏପିଡି,  ଡିଆରଡିଏ ବିଦ୍ୟା ସାଗର ମୁଦୁଲି  ସମ୍ମାନିତ ଅତିଥି  ରୂପେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକଟ ପ୍ରଦାନ କରିବା ସଙ୍ଗେସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଅନ୍ୟତମ ପ୍ରାଧ୍ୟାପିକା ଦିକ୍ଷ୍ୟାଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ