ମହମ୍ମଦଙ୍କ ଜନ୍ମଦିନରେ ଚିକିତ୍ସାଳୟରେ ଫଳ ବଣ୍ଟନ

କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍):  କେନ୍ଦ୍ରାପଡ଼ାରେ ହଜରତ ମହମ୍ମଦ (ଏସ୍.ଏ.ଏସ୍) ଙ୍କ ଜନ୍ମଦିନ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁସଲିମ ୱେଲଫେୟାର କମିଟି ପକ୍ଷରୁ ରବିବାର ସକାଳ ୮ଟା ସମୟରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି ।  ସକାଳେ କମିଟିର କର୍ମକର୍ତ୍ତାମାନେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପ୍ରାୟ ୨୦୦ରୁ ଅଧିକ ରୋଗୀଙ୍କୁ ମହାପୁରୁଷ ମହମ୍ମଦଙ୍କ (ଏସ୍.ଏ.ଏସ୍) ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଆରୋଗ୍ୟ କାମନା କରି ସମସ୍ତ ରୋଗୀଙ୍କୁ ଫଳବଂଟନ କରିଥିଲେ । ପରେ କମିଟି ପକ୍ଷରୁ ଅଯୋଧ୍ୟାନଗର ଠାରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ , କଜଳାଠାରେ ଥିବା ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ  ଫଳ ବଂଟନ କରାଯାଇଥିଲା ।  ଏଥିରେ ଡା.ପରଭେଜ ଅକ୍ତର ସୋସାଇଟିର ସଭାପତି ହାଜି ମୀର ଖୁରବାନ ଅଲ୍ଲୀ, ସମ୍ପାଦକ ସୟଦ ମୁସ୍ତାକ ଅଲ୍ଲୀ, ସେକ୍ ମନଜୁର ହୋସେନ୍ ଙ୍କ ସମେତ ସେକ୍ ନିଆଜ, ସେକ୍ ରହିମ ଉଲ୍ଲା, ସେକ ନଜିମୁଦ୍ଦିନ,ସେକ ନିୟାସୁଦ୍ଦିନ, ଗୟାସୁଦ୍ଦିନ, ସେକ ଆବାଦି, ତାହିର ଖାନ,  ସାବିର ଖାନ, ସେକ୍ ନସିମୁଦ୍ଦିନ୍, ସୟଦ ଜାଭେଦ, ସେକ୍ ରଇସୁଦ୍ଦିନ୍, ସେକ୍ ମୁସ୍ତାକ,  ସେକ୍ କାଲା, ସେକ୍ ଜଲାଲ୍, ଭୋଲା ଖାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ