ମହମ୍ମଦଙ୍କ ଜୟନ୍ତୀରେ କେନ୍ଦ୍ରାପଡା ବିଧାୟକଙ୍କ ମନସୁର ବାବାଙ୍କ ପାଖରେ ପ୍ରାର୍ଥନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସାରା ଦେଶରେ ମହମ୍ମଦଙ୍କ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ସହରରେ ମଧ୍ୟ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ କଟକଣା ଅନୁପାଳନ ପୂର୍ବକ ଏହି ଜୟନ୍ତୀ ପାଳିତ ହୋଇଯାଇଛି । ସଂଖ୍ୟାଲଘୁ ସଂପ୍ରଦାୟର ଭାଇ ଭଉଣୀମାନେ ନିଜ ଘରେ ରହି ନମାଜ ଓ କୋରାନ ପାଠ କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡା ସହରର କଚେରୀ ପାଖ ମନସୁର ବାବାଙ୍କ ପୀଠରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ପହଞ୍ଚି ବାବାଙ୍କ ନିକଟରେ ପ୍ରାର୍ଥନା କରିବା ସହ ପୀଠରେ ଚଦର ଚଢାଇଥିଲେ । ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟର ମୈାଲାନାମାନେ ବିଧାୟକ ଶ୍ରୀ ବେହେରାଙ୍କୁ ସ୍ୱାଗତ କରିଥିଲେ । ମହାମାରୀ କରୋନା କବଳରୁ ସମଗ୍ର ମାନବ ସମାଜର ମୁକ୍ତି ପାଇଁ ବିଧାୟକ ଶ୍ରୀ ବେହେରା ମନସୁର ବାବାଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଗୋଫ୍ରାନ, ମହମ୍ମଦ ନିଆଜ, ମୀର ଅମୀର, ରଞ୍ଜିତ ସାହୁ, ରଞ୍ଜନ କର, ମହେନ୍ଦ୍ର ମିଶ୍ର, ମୈାଲାନା ଇଲାହି ବକ୍ସ, ମୀର ସଫିକ(ରିଙ୍କୁ), ସେକ ରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ