ମହମ୍ମଦପୁରରେ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ମହମ୍ମଦପୁର ସ୍ଥିତ ‘ଆମେ କେତେଜଣ’ ସଂଗଠନ ପକ୍ଷରୁୁ ସମ୍ବିଧାନ ପ୍ରଣେତା ଡ. ବିଆର. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡ଼ା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ର ସୁରକ୍ଷାରେ ମହାନ ଜନନାୟକ ଆମ୍ବେଦକରଙ୍କ ଦୂରଦର୍ଶୀ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଥିଲେ । ମଧୁସୂଦନ ମାଝୀ, ସାଧୁଚରଣ ମଲିକ, ବେଣୁଧର ବାରିକ, ଆଇନଜୀବୀ ସଂଗ୍ରାମ କିଶୋର ମାଝୀ, ଆଇନଜୀବୀ ଲକ୍ଷ୍ମଣ ବେହେରା, ମାୟାଧର ବେହେରା, ଆଲୋକ ଦାସ, ଶାନ୍ତନୁ ଜେନା, ହେମନ୍ତ ସାହୁ, ପ୍ରହଲ୍ଲାଦ ଦାସ, ଉପେନ୍ଦ୍ର ଦାସ, ଅନନ୍ତ ମଣ୍ଡଳ, ମକରା ମାଝୀ, ନବକୃଷ୍ଣ ପୁଥାଳ, ଡାକ୍ତର ମନୋଜ କିଶୋର ମାଝୀ ଓ ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ବିଜୟଲକ୍ଷ୍ମୀ ପତି ପ୍ରମୁଖ ଏଥିରେଯୋଗଦେଇ ଆମ୍ବେଦକରଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯତୀନ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ