ମହମ୍ମଦ ସଲ୍ଲାୟାହୋଙ୍କ ଜୟନ୍ତି ପାଳନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରରେ ଉତ୍ସାହ ଓ ଉଦିପନା ଭିତରେ ରବିବାର ମହାପୁରୁଷ ହଜରତ ମହମଦ ସଲ୍ଲାୟାହୋ ସଲମ୍ଙ୍କର ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନ ଇ ଇଦ୍ ମିଲାଦୁନବି କମିଟି ସଂଯୋଜନାରେ ହଜାର ହଜାର ମୁସଲମାନ୍ ଭାଇମାନଙ୍କ ଏକ ବିଶାଳ ତାଜିଆ ଶୋଭାଯାତ୍ରା ସକାଳ ୯ଘଟିକା ସମୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକଠାରୁ ବାହାରି ସହରର ମୁଖ୍ୟରାସ୍ତାଦେଇ ପରିକ୍ରମା କରିବା ପରେ ନୂଆ ଇଦଗା ପଡିଆଠାରେ ପହଞ୍ôଚଥିଲା । ଏଥିରେ ୨୦ରୁ ଉର୍ଦ୍ଧ ବିଭିନ୍ନ ବସ୍ତି ଓ କମିଟିର ମୁସଲମାନ ସଂପ୍ରଦାୟର ଭାଇମାନେ ଭାଗନେଇଥିଲେ । କେନ୍ଦ୍ରାପଡାର ଦୁହୁରିଆ, ରଣପଡା, ଗରାପୁର, ଜଇପୁରା, କୁମାରିଆ,ଦିଲାରପୁର, ଇମାମ୍ବାଡି, ବଡହାଟ, ଇଦ୍ଘା ମହଲା, ମନକରପୁର, ଖଡିଅଙ୍ଗ, କଜଳା, ପୋଷ୍ଟ ଅଫିସ ଲେନ୍, ଜେଲ ରୋଡ, କନିଆଜୋର ପ୍ରଭୃତି ବସ୍ତି କମିଟି ଗୁଡିକର ସଦସ୍ୟମାନେ ଏହି ଶୋଭାଯାରେ ଅଂଶ ଗ୍ରହଣ କରିଥିଲେ । ଶୋଭାଯାତ୍ରାକାରୀମାନେ ଶାନ୍ତି ଶୃଖଳାର ସହିତ ଧାର୍ମିକ ଭାବନାରେ ମସଗୁଲ ହୋଇ ଏହି ଶୋଭାଯାତ୍ରାରେ ଭାଗନେଇଥିଲେ ଏବଂ ଶେଷରେ ନୁଆ ଦରଗା ପଡିଆଠାରେ ଜସନ ଇ ଇଦ୍ ମିଲାଦୁନବି କମିଟିର ସଭାପତି ସେକ ତଦମୁଲ ହୋସେନଙ୍କ ପୈାରହିତ୍ୟରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଇମାମବାଡା ମସ୍ଜିଦ୍ର ଏମ୍ମାମ ହାଜି ହାଫିଜ କମାଲୁଦିନଖାଁ ହବିବ୍ ଓ ଜୁମା ମସଜିଦର ଇମ୍ମାମ ସାହେବ ଏବଂ ମୈାଲାନା ଗୋଲାମ ମହମଦ୍, ମୈାଲାନା ଫକିରୁଦିନ ଆସି ,ମୁଫତି ମହମଦ୍ ମୁସରଫ, ମୈାଲାନା ଖୁରସିଦ ଅନୱାର, ମୈାଲାନା ଗୋଲାମ ମୁସ୍ତଫା ଓ ଅନ୍ୟ ମୈାଲାନା ଓ ସାୟରମାନେ ହଜରତ ମହମଦ୍ଙ୍କ ଜିବନୀ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ମୈାଲାନାମାନେ ମହମଦ୍ଙ୍କ ବାଣୀ ବିଷୟରେ ଲୋକମାନଙ୍କୁ ବୁଝାଇ ହଜରତ୍ ମହମଦ୍ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । ପାଗ ଖରାପ ସତ୍ୱେ ମୁସଲମାନ ଭାଇମାନେ ଧର୍ଯ୍ୟର ସହିତ ବସିରହିଥିଲେ । ଏହି ଉତ୍ସବ ଉପଲକ୍ଷେ କେନ୍ଦ୍ରାପଡା ସହରରେ ବିଭିନ୍ନ ତୋରଣ ଓ ଆଲୋକମାଳା, ରଙ୍ଗବେରଙ୍ଗର ଫୁଲ ଓ ଲାଇଟ ଗେଟରେ ସହର ଉତ୍ସବ ମୁଖରିତ ହୋଇଥିଲା । ଶେଷରେ ନୂଆ ଦରଗା ପଡିଆ ଧର୍ମ ସଭାରେ ଲଲାତୋ ସଲାମ ଫରଦୁଆ ହୋଇଥିଲା । ଶୋଭାଯାତ୍ରା ଆରମ୍ଭରେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଧିରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ରଞିତ ସାହୁ, ସୟଦ ଅବଦୁଲ ସତାର, ସଲିମ ଖାନ୍, ସୈାମେନ୍ଦ୍ର ପୃଷ୍ଟି,ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକାରୀମାନଙ୍କୁ ଶୁଭେଛା ଜଣାଇବା ସହ ଉତ୍ସାହିତ କରିଥିଲେ । ଏହି ଶୋଭାଯାତ୍ରାକୁ ସୟଦ ନୁରଉଦିନ, ହାଜି ସୟଦ ଏହେସାନ ଅଲ୍ଲି, ହାଜି ଫାରୁକ, ଗୟାସୁଦିନ ଖାଁ, କମିଟିର ସମ୍ପାଦକ ମୁକ୍ତାର ଖାଁ, ସେକ ମହମ୍ମଦ ଇନାୟତ, ସେକ ଗୋଫ୍ରାନ୍, ସାବିରୁଦ୍ଦିନ, ପଦୁଜିନ ଖାଁ, ସୋକତ ଖାଁ ଓ ଅନ୍ୟମାନେ ପରିଚାଳନା କରିଥିଲେ ଏବଂ ପୋଲିସ ଓ ପ୍ରଶାସନ ବନ୍ଧୁମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ