ମହଲପଡା ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାଗେଶ୍ୱରୀ ବିଦ୍ଯାପୀଠ ଠାରେ ମହଲପଡା ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ମହଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ଗ୍ରାମ ପଞ୍ଚାୟତର ୯ଗୋଟି ବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମ୍ଯୁଜିକ ଚେୟାର, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଆଳୁଚାମଚ, ଅଖା ଦୌଡ଼ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାଗେଶ୍ୱରୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଜୟନ୍ତ କୁମାର ରାୟ ସମସ୍ତ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହାପରେ ଜାଗେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅନିଲ କୁମାର ଷଡଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସଂଜୁଳା ପଣ୍ଡା ଯୋଗ ଦେଇ ମହଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କ ନିଜସ୍ବ ପ୍ରଚେଷ୍ଟା ବିନା ଆର୍ଥିକ ସହାୟତାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା କ୍ଷେତ୍ରରେ ଏକ ସୌଖୀକ ବାତାବରଣ ସୃଷ୍ଟି କରି ସେମାନଙ୍କୁ କ୍ରୀଡା ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର ତିଆରି କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ଶୀର୍ଷ ରଂଜନ ନାୟକ ଯୋଗଦେଇ ସାମ୍ପ୍ରତିକ ସମୟରେ ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶ ଦିଗରେ କ୍ରୀଡା ଏକ ମାଧ୍ୟମ ବୋଲି ଅଭିହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି, ସିଲ, କପ ସହିତ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଉମାକାନ୍ତ ସ୍ବାଇଁ, ରାମଚନ୍ଦ୍ର ସିଂ, ସୁରେଶ କୁମାର ବାରିକ, ଜଟାଧାରୀ ନିଶଙ୍କ, ବିଭୂଦତ୍ତ ପ୍ରସାଦ ଗୁରୁ, ଗୋପିନାଥ ମୁଦୁଲି ଓ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ