ମହାଅଷ୍ଟମୀ ପାଇଁ ଗଜପତି ଜିଲ୍ଲା ଚଳଚଞ୍ଚଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ମହାଅଷ୍ଟମୀ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ସହ ଚଳଚଞ୍ଚଳ ହୋଇଉଠିଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ କାଶୀନଗର ଏନଏଏସି, କାଶୀନଗର ବ୍ଲକ ଏବଂ ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ସମସ୍ତ ଶକ୍ତି ଓ ଦେବୀ ପୀଠ ଗୁଡିକ ସହ ବିଭିନ୍ନ ଦୁର୍ଗା ମଣ୍ଡପ ଠାରେ ମହାଅଷ୍ଟମୀ ପୂଜା ଅତ୍ୟନ୍ତ ଭକ୍ତିପୂତ ଭାବେ କରାଯାଇଛି. ପାରଳା ସହରର ଶକ୍ତିପୀଠ ମା ମାଣିକେଶ୍ବରୀ, ମା କନକଦୁର୍ଗା, ମା ଦାଣ୍ଡୁମାରାମ୍ମା, ମା ମକାତୋଟାମ୍ମା, ମା ନୀଲାମ୍ମା ଆଦି ପୀଠ ଗୁଡିକରେ ମହାଅଷ୍ଟମୀ ଯୋଗୁଁ ଭକ୍ତଙ୍କ ବେଶ ଭିଡ଼ ଦେଖାଦେଇଛି. ସେହିଭଳି ପାରଳା ସହରର ଖଞ୍ଜା ସାହି, ବଡ଼ ବ୍ରାହ୍ମଣ ସାହି ଛକ, କବି ଚନ୍ଦ୍ର ସାହି ଛକ, ପାୱାର ହାଉସ ଛକ ଆଦି ଅଞ୍ଚଳରେ ରହିଥିବା ଦୁର୍ଗା ପୂଜା ମଣ୍ଡପରେ ମଧ୍ୟ ମହାଅଷ୍ଟମୀ ପୂଜା ପାଇଁ ଭକ୍ତଙ୍କ ବେଶ ଭିଡ଼ ଦେଖା ଦେଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ