ମହାଆଡମ୍ବରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ତାଳଚେର,(ୱାଇଏନଏସ): ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବଡ଼ ଯୋରଡା ଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ “ସମ୍ମାନ ସାହିତ୍ୟ ଘର “ସଭାପତି ମାନନୀୟ ଶ୍ରୀଯୁକ୍ତ ବିଭୂତି ଭୂଷଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତି ଙ୍କ ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ସାହୁ ଓ କୋଷାଧ୍ୟକ୍ଷ ବିଦେଶୀ ଦେହୁରୀ ମଞ୍ଚରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ମହୋଦୟ ପବିତ୍ର ରାମ ନବମୀ ର ମହତ୍ତ୍ୱ, ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କର ଆଦର୍ଶ ବ୍ୟକ୍ତି ଜୀବନ ଓ ବଳିଷ୍ଠ ରାଷ୍ଟ୍ର ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ରାମାୟଣ ସମ୍ବନ୍ଧୀୟ ପ୍ରଶମଞ୍ଚ, ଭାତୃଭକ୍ତ ଭରତ ମହାରାଜ ଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଠାରୁ ପାଦୁକା ସଂଗ୍ରହ , ଅଶୋକ ବାଟିକାରେ ପ୍ରଭୁ ହନୁମାନଙ୍କ ଦ୍ବାରା ଫଳ ଭକ୍ଷଣ ଓ ଇନ୍ଦ୍ରଜିତ ଙ୍କ ଦ୍ଵାରା ନାଗଫାଶ ବନ୍ଧନ ରେ ବନ୍ଦୀ ହେବା ଦୃଶ୍ୟ କୁ ଅଭିନୟ ଆକାରରେ ପରିବେଷଣ କରିିଥିଲେ। ଶିଶୁ ବାଟିକା ବିଭାଗ ର ଶିଶୁ ଭାଇଭଉଣୀ ମାନେ” ରାମ ” ବେଶରେ ସଜ୍ଜିତ ହୋଇଥିଲେ। ପ୍ରଧାନ ଆଚାର୍ଯ୍ୟ ଗୌର ଚନ୍ଦ୍ର ନନ୍ଦ ଅଢିଥି ମାନଙ୍କ ର ପରିଚୟ ପ୍ରଦାନ ଓ ବରିଷ୍ଠ ଆଚାର୍ଯ୍ୟ ପ୍ରଦ୍ମିନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଆଚାର୍ଯ୍ୟ ସୁଶାନ୍ତ୍ର ଗୁରୁଜୀ ,ଗଙ୍ଗାଧର ଗୁରୁଜୀ ଲଳିତ ଗୁରୁଜୀ ପ୍ରକାଶ ଗୁରୁଜୀ ,ନିବେଦିତା ଗୁରୁମା, ମାନାକ୍ଷୀ ଗୁରୁମା , ବବିତା ଗୁରୁମା ସଭାକାର୍ଯ୍ୟ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ