ମହାକାଳପଡାରେ ବୁଥ ଜବରଦଖଲ ଆଶଙ୍କା : ପୋଲିସ ମହାନିର୍ଦେଶକଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ଆସନ୍ତା ୨୪ତାରିଖରେ ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ବ୍ଲକର ପେଟଛେଲା ପଞ୍ଚାୟତରେ କେତେକ ସମ୍ବେଦନଶୀଳ ବୁଥ ରହିଛି । ଏହି ବୁଥ ଗୁଡିକୁ ଦଖଲ କରି ଏକ ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହେବାର ଆଶଙ୍କା ରହିଛି । ତେଣୁ ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୂର୍ଯ୍ୟକାନ୍ତ ବେହେରା ପୋଲିସ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏହି ପଞ୍ଚାୟତର ପାଳିଆଗଡ ସ୍କୁଲରେ ହୋଇଥିବା ୬ନମ୍ବର ଓ ୭ନମ୍ବର ବୁଥ ଏବଂ ରାମଚଣ୍ଡୀ ସ୍କୁଲରେ ହୋଇଥିବା ୮ ଓ ୯ନମ୍ବର ବୁଥ ଅତ୍ୟନ୍ତ ସମ୍ବେଦନଶୀଳ । ଏହି ବୁଥ ଗୁଡିକ ଦଖଲ ହେବାର ଆଶଙ୍କା ରହିଛି । ତେଣୁ ଏହି ବୁଥ ଗୁଡିକରେ ସିସି ଟିଭି କ୍ୟାମେରା ଲଗାଯାଉ । ଯାହା ଫଳରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ