ମହାକାଶ ସାମର୍ଥ୍ୟର ବାଣିଜ୍ୟିକ ଉପଯୋଗ କରିବ ଭାରତ

• ଗଠିତ ହେବ ନୟୁ ଇଣ୍ଡିଆ ସ୍ପେସ ଲିମିଟେଡ

• ମହାକାଶରୁ ଉଦ୍ବୃତ ବିଭିନ୍ନ ସାମଗ୍ରୀର ବାଣିଜ୍ୟିକବିକାଶ କରିବ ଭାରତ
ମହାକାଶ ବିଭାଗ ଅର୍ନ୍ତଗତ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ ନାମକ ଏକ ବାଣିଜ୍ୟିକସଂସ୍ଥା ସୃଷ୍ଟି ହେବ । ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମବୀ ଶ୍ରୀମତୀନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବାବେଳେ ଏହା ପ୍ରକାଶ କରଛନ୍ତି । ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁଁ ଆଜି ଭାରତ ବିଶ୍ୱରେଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି । ବର୍ତମାନ ଏହାର ବାଣିଜ୍ୟିକ ଉପଯୋଗନିମନ୍ତେ ସମୟ ଆସିଯାଇଛି । ସେ ଦୃଷ୍ଟିରୁ ନୂତନ ଭାରତୀୟ ମହାକାଶ ଲିମିଟେଡନାମକ ଏକ ସଂସ୍ଥା ମହାକାଶ ବିଭାଗରେ ସୃଷ୍ଟି କରାଯାଇଛି । ଭାରତୀୟ ମହାକାଶଗବେଷଣା ସଂଗଠନ (ଇସ୍ରୋ)ଦ୍ୱାରା କରାଯାଉଥିବା ଗବେଷଣା ଓ ବିକାଶରେ ଏହାସହାୟକ ହେବ । ବିଭିନ୍ନ ମହାକାଶ ସାମଗ୍ରୀ ଯଥା – ଉତ୍କ୍ଷେପଣ ଯାନ, ବୈଷୟିକଜ୍ଞାନ ହସ୍ତାନ୍ତରଣ ଭଳି ବାଣିଜ୍ୟିକ ଉପଯୋଗରେ ଏହି କମ୍ପାନୀ କାର‌୍ୟ୍ୟ କରିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ