ମହାଙ୍ଗାରେ ଗଣହତ୍ୟା

କଟକ, (ଯୁଗାବ୍ଦ ନ୍ୟୁଜ)  :-ଏକ ଅଭାବନୀୟ ଘଟଣା କ୍ରମେ କଟକ ଜିଲ୍ଲା ମହଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମ ରେ ଗୋଟିଏ ପରିବାରର ସମସ୍ତ ପାଞ୍ଚ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି।ମିଳିଥିବା ସୂଚନାରୁ ଜଣାପଡିଛି ଯେ,ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ବାଦ ବିବାଦ ଲାଗି ରହିଥିଲା।ହତ୍ୟାକାଣ୍ଡ ର ପୂର୍ବରୁ ହତ୍ୟାକାରୀ ସାନ ଭାଇ ଶିବ ସାହୁ କୁ ବଡ ଭାଇ ଅଲେଖ ସାହୁ ଓ ତାର ପରିବାର ମିଳିମିଶି ମାଡ଼ ମାରିଥିଲେ।ଏଥିରେ ପ୍ରତିଶୋଧ ପରାୟଣ ହୋଇ ସାନଭାଇ ଶିବ ବଡ଼ଭାଇ ଅଲେଖ ସାହୁ ସମେତ ପୁରା ପରିବାର ,ରଶ୍ମିରେଖା ପୃଷ୍ଟି(ଭାଉଜ),ସ୍ମୃତିସଂଧ୍ୟା(ଝିଆରୀ), ସ୍ମୃତିସାଇ(ପୁତୁରା), ସ୍ମୃତିସୌରଭ(ପୁତୁରା) ଙ୍କୁ ହତ୍ୟା କରିଥିବା ଏକ ଭିଡ଼ିଓ ମାଧ୍ୟମରେ ସ୍ୱୀକାର କରିଛି।ହତ୍ୟା କାଣ୍ଡ ପରେ ଅଭିଯୁକ୍ତ ଶିବ ସାହୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସହ ଆଇନ ଅନୁଯାୟୀ ସମସ୍ତ ଦଣ୍ଡ ଗ୍ରହଣ କରିବାକୁ ଇଛା ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ