ମହାଡମ୍ବରେ ଶିବରାତ୍ରୀ ପାଳିତ

ଯୋଡା,(ଯୁଗାବ୍ଦ ନ୍ୟୁଜ୍‌): ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଯୋଡା ସହରରେ ଅବସ୍ଥିତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି । ପଶ୍ଚିମ ଯୋଡା ଶିବ ମନ୍ଦିର, , ପୂର୍ବ ଯୋଡା ଶିବ ମନ୍ଦିର, କେନ୍ଦ୍ରୀୟ ଚିକିତ୍ସାଳୟ ଶିବ ମନ୍ଦିର , ବନେଇକଳା ସ୍ଥିତ ଶିବ ମନ୍ଦିର , ଯୋଡା ଆଜାଦ ବସ୍ତି ଶିବ ମନ୍ଦିର , ଗୋପ ମହାନ୍ତି ହଟିଂ ସ୍ଥିତ ମା ମଙ୍ଗଳା ମନ୍ଦିର, କମାର ଯୋଡା ଶିବ ମନ୍ଦିର ପ୍ରଭୃତି ମନ୍ଦିରରେ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିବା ସହିତ ଦୀପ ପ୍ରଜ୍ୱଳନ କରିଥିଲେ । ଶିବରାତ୍ରିର ମାହାତ୍ମ୍ୟ ସମ୍ପର୍କରେ ଶ୍ରଦ୍ଧାଳୁମାନେ କହିଛନ୍ତି ଯେ, ଶିବରାତ୍ରିରେ ଉପବାସ ଓ ଉଜାଗର ଏକ ପାରମ୍ପରିକ ବିଧି । ମନ୍ଦିରରେ ଅନ୍ୟ ଦେବତା ମାନେ ରାତିରେ ବିଶ୍ରାମ କରନ୍ତି ଏବଂ ସକାଳେ ଜାଗ୍ରତ ହୁଅନ୍ତି, କିନ୍ତୁ ପରତ୍ମା ଶିବଙ୍କର ପୂଜା ପାଇଁ ଭକ୍ତମାନେ ନିଜେହିଁ ରାତିରେ ଉଜାଗର ରହନ୍ତି । ଶିବଙ୍କୁ ପ୍ରଶନ୍ନ କରିବାର ଭାବନା ହିଁ ଏହି ବିଧି ପାଳନର ଯଥାର୍ଥତା ଥାଏ । ଏଣୁ ଏହି ମହାଶିବରାତ୍ରିରେ ମହାଦୀପ ପ୍ରଜ୍ୱଳନ କରି ରାତ୍ରି ଉଜାଗର ରହନ୍ତି । ପଶ୍ଚିମ ଯୋଡା ଶିବ ମନ୍ଦିରରେ ରାତି ୧୨ ଟା ରେ ମହାଦ୍ୱୀପ ଉଠିବା ସହିତ ଯୋଡା ଗୋପ ମହାନ୍ତି ହଟିଂରେ ଥିବା ମା ମଙ୍ଗଳାଙ୍କ ମନ୍ଦିରରେ ରାତି ୧୧.୩୦ ମିନିଟ୍ ସମୟରେ ମହାଦ୍ୱୀପ ଉଠିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ