ମହାତ୍ମାଗାନ୍ଧିଙ୍କ ୧୫୦ତମ ପୂର୍ତ୍ତି ଅବସରରେ ଅଗଷ୍ଟକ୍ରାନ୍ତୀ ଦିବସ ପାଳନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଆନୁକୁଲ୍ୟରେ ଗରାପୁର ଡାକବଙ୍ଗଳା ଠାରେ ମହାତ୍ମାଗାନ୍ଦିଙ୍କ ୧୫୦ତମ ପୂର୍ତ୍ତି ଅବସରରେ ଅଗଷ୍ଟ କ୍ରାନ୍ତୀଦିବସ ଶୁକ୍ରବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବୀତ ଭଜକୃଷ୍ଣ ରାଉତ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ତଥା ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆବାହକ,ସମାଜସେବୀ, ପରିବେଶବିତ ଗଦାଧର ମଲ୍ଲିକଅଗଷ୍ଟକ୍ରାନ୍ତୀ ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡାରେ ଗାନ୍ଧିଜୀଙ୍କ ୩ଦିନଧରି ରହଣି ସ୍ମାରକୀ କାର୍ଯ୍ୟକ୍ରମର ଇତିହାସ ଆଗାମୀ ଦିନରେ ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିବା ସହିତ କେନ୍ଦ୍ରାପଡାର ସ୍ୱାଧୀନତା ସଂଗ୍ରାମ ସହ ମହାତ୍ମାଗାନ୍ଧିଙ୍କ ଯୋଗଦାନ ସମ୍ପର୍କରେ ଏକ ଡାକଟିକେଟ ପ୍ରସ୍ତୁତ କରାଯିବା ପାଇଁ ସେ ଉଦ୍ୟମ କରିବେ ବୋଲି ବକ୍ତବ୍ୟ ରଖିଥିଲେ । ଡାକବଙ୍ଗଳା ଛକରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତିର୍ି ଉପରେ ଛାତ ପକାଯାଇ ପ୍ରତିମୂର୍ତ୍ତିକୁ ଖରା ବର୍ଷାରୁ ରକ୍ଷାକରାଯିବା ସହିତ ଗାନ୍ଧିଙ୍କ ଏକାଦଶ ବୃତ୍ତଦର୍ଶନ ଫଳକ ଏବଂ ସୁରକ୍ଷା ନିମନ୍ତେ ରେଲିଂ ବ୍ୟବସ୍ଥା କରାଯିବାକୁ ବିଧାୟକ ପ୍ରତିଶୃତି ପ୍ରଦାନ କରିଥିଲେ । ଆଗାମୀ ଅକ୍ଟୋବରମାସ ୨ତାରିଖ ଗାନ୍ଧି ଜୟନ୍ତୀ ପୂର୍ବରୁ ଏହି କାର୍ଯ୍ୟକୁ ସମାପନ କରିଯିବାକୁ ଶିକ୍ଷାବିତ ଶ୍ରୀ ରାଉତ ପ୍ରସ୍ତାବ ଦେଇଥିଲେ । ଉତ୍ସବର ସଭାପତି ଶ୍ରୀ ଦାସ ଅଗଷ୍ଟକାନ୍ତୀ ଦିବସ ସମ୍ପର୍କରେ ବିସ୍ତୃତ ତଥ୍ୟ ଓପସ୍ଥାପନ କରିବା ସହିତ ଗାନ୍ଧିଜୀଙ୍କ ପ୍ରାର୍ଥନା ଗାନ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ. ବାସୁଦେବ ଦାସ କେନ୍ଦ୍ରାପଡାର ଦିବଗଂତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ବିପ୍ଳବରେ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ,ଗରାପୁର ସରପଂଚ ଗାୟତ୍ରୀ ମହାନ୍ତି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି,ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ,ପୂର୍ବତନ ସରପଂଚ ରବିନ୍ଦ୍ରନାଥ ପଣ୍ଡା,ଯୁବନେତା ରାଜେଶ ପଣ୍ଡା,ଶକ୍ତିକାନ୍ତ ପାତ୍ର,ଶିବପ୍ରସାଦ ଭଳ,ପ୍ରମୋଦ ପ୍ରଧାନ,ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ଗଦାଧର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ