ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ମହାମାନବ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଭାରତୀୟ ସାଂସ୍କୃତିକ ସହ ଯୋଗ ମୈତ୍ରୀ ସମିତି ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ ସ୍ଥାନୀୟ ପ୍ଲବିକ୍ ସ୍କୁଲ ପରିସରରେ ମଙ୍ଗଳବାର ଅପରାହ୍ନ ୪ଟାରେ ଜିଲ୍ଲା ସଭାପତି ହର ପ୍ରସାଦ ରଥଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ସାଂସ୍କୃତିକ ସହଯୋଗ ମୈତ୍ରୀ ସମିତିର କେନ୍ଦ୍ରୀୟ କମିଟି ସଭ୍ୟ ଗୋକୁଳ ଚନ୍ଦ୍ର ପଣ୍ଡା, ସାଉଥକୋ ନିର୍ବାହୀ ଯନ୍ତ୍ରୀ ରୋହିତ କୁମାର ସେଠୀ, ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅଶୋକ କୁମାର ଚୈାଧୂରୀ, ନାରୀନେତ୍ରୀ ଏନ୍. ଭାନୁମତୀ ରେଡ୍ଡୀ ପ୍ରମୁଖ ଅତିଥୀ ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ସ୍ମୃତି ଚାରଣ କରିବା ସହ ବାପୁଜୀଙ୍କ ବାଣୀ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଅ୍ଧବ ଜିଲ୍ଲାସହ-ସଂପାଦକ ନୀଳକଣ୍ଠ ଦାସ, ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସଂପାଦକ ଏସ୍.କ୍ରିଷ୍ଣା ରେଡ୍ଡୀ, ଏସ.ତ୍ରିନାଥ ରେଡ୍ଡୀ, ନବୀନ ଚନ୍ଦ୍ର ମହାନ୍ତି, ପ୍ରଫୁଲ କୁମାର ପାଣିଗ୍ରାହୀ, ଆଦିକନ୍ଦ ମହାରଣା, ଆଇନଜିବୀ ଆଦିତ୍ୟ ନରାୟଣ ମିଶ୍ର, ଶ୍ରମିକନେତା ଦୁର୍ଯ୍ୟଧନ ନାହାକ, ବିଶ୍ୱନାଥ ବେହେରା, ରାଜେନ୍ଦ୍ର ଦାସ, କିରଣ କୁମାର ବେହେରା, ନୀଗମ ଚରଣ ଆଚାର୍ଯ୍ୟଙ୍କ ସମେତ କମିଟି ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ଭାରତୀୟ ସାଂସ୍କୃତିକ ସହ ଯୋଗ ମୈତ୍ରୀ ସମିତି ଗଂଜାମ ଜିଲ୍ଲା ପରିଷଦର ସଂପାଦକ ବିଦେଶୀ ନାହକ ଧନ୍ୟବାଦ ଅର୍ପଣ କରିଥିଲେ ।


