ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ମାଗଣା ମୋତିଆବିନ୍ଦୁ ଚକ୍ଷୁ ପରୀକ୍ଷା ଶିବିର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା,ରଙ୍ଗାମାଟିଆ ଚକ୍ଷୁ ଚିକିତ୍ସାଳୟ ନିର୍ଦେଶକ ଡଃ ଆଦିତ୍ୟ ପଟ୍ଟନାୟକଙ୍କ ନିର୍ଦେଶନାରେ ବୁଧବାର ଦିନ ରାଇରଙ୍ଗପୁର ସହର ଗାନ୍ଧୀ ଭିଜିଅନ ସେଣ୍ଟର ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରରେ ବାମନଘାଟୀ ଉପଖଣ୍ଡର ଶହେରୁ ଉର୍ଦ୍ଧ୍ବ ଚକ୍ଷୁ ପିଡୀତ ରୋଗୀ ଚକ୍ଷୁ ପରୀକ୍ଷା କରିଥିଲେ । ତନ୍ମଧ୍ୟରୁ ୭୫ ଜଣ ମୋତିଆବିନ୍ଦୁ ଚକ୍ଷୁ ରୋଗୀ ଚିହ୍ନଟ ହୋଇଥିଲେ । ଏବଂ ଅନ୍ୟମାନେ ସାମାନ୍ୟ ଚକ୍ଷୁ ଆକ୍ରାନ୍ତ ଥିଲେ । ଆଜି ୧୮ ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ରାସଗୋବିନ୍ଦପୁରସ୍ଥ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ପାଇଁ ପଠାଯାଇଛି । ଆସନ୍ତାକାଲି ୩୦ ଜଣଙ୍କୁ ପଠାଯିବ ଏବଂ ପରେ ୨୭ ଜଣଙ୍କୁ ଚିକିତ୍ସା ପାଇଁ ପଠାଯିବ ବୋଲି ଚକ୍ଷୁ ଭିଜନ ଦାୟିତ୍ଵ ରେ ଥିବା ସଂଜୟ ମାଣିକ ସୂଚନା ପ୍ରଦାନ କରିଛନ୍ତି ।ସମସ୍ତ ରୋଗୀଙ୍କୁ ମାଗଣାରେ ନେବା ଆଣିବା, ରହିବା, ଖାଇବା ହସ୍ପିଟାଲ ବହନ କରୁଛି । ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବ ମହାନ୍ତ, ଅପଥୋମୋଲୋଜିଷ୍ଟ ସଂଜୟ ମାଣିକ, ଅପ୍ଥାଲମିକ ଆସିଷ୍ଟାଣ୍ଟ ରଂଜିତା ମହାନ୍ତି,ଏନଏମ ଅନୁପମା ମହାନ୍ତ,କେମ୍ପ ଅର୍ଗାନାଇଜର ଲକ୍ଷ୍ମଣ ମୁର୍ମୁ ପରିଚାଳନାରେ ସହଯୋଗ କରିଥିଲେ । ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ଉଦେଶ୍ୟହେଉଛି ସମାଜରୁ ଅନ୍ଧତ୍ବ ଦୂରୀକରଣ ।