ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀରେ ଦୁଇଟି ଗିନିଜ ବିଶ୍ୱରେକର୍ଡ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ଯୁବ ଛାତ୍ର ଛାତ୍ରୀ ଆଜି ଦୁଇଟି ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି । ଗୋଟିଏ ସ୍ଥାନରେ ସର୍ବାଧିକ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ “ପରିବେଶ ସୁରକ୍ଷା ଶିକ୍ଷା” ପ୍ରଦାନ କରାଯାଇ ପ୍ରଥମ ବିଶ୍ୱରେକର୍ଡ ପ୍ରତିଷ୍ଠା କରାଯାଇଥିଲା । ପାଖାପାଖି ୫ ହଜାର ଛାତ୍ର ଛାତ୍ରୀ ଏହି ବିଶ୍ୱରେ କର୍ଡରେ ଅଂଶ ଗ୍ରହଣ କରିଥିଲେ । ଅପର ପକ୍ଷରେ “ଗୋଟିଏ ସ୍ଥାନରେ ମିଳିତ ଭାବେ ସୌର ଆଲୋକ ଜଳାଇବା” ବର୍ଗରେ ଦ୍ୱିତୀୟ ବିଶ୍ୱରେକର୍ଡ ପ୍ରତିଷ୍ଠା ହୋଇଥିଲା । ଏଥିରେ ୫ ହଜାରରୁ ଊଦ୍ଧ୍ୱ ର୍ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଘଟଣାସ୍ଥଳରେ ଉପସ୍ଥିତ ଥିବା ଗିନିଜବୁକ ଅଫ ୱାର୍ଲ୍ଡରେ କର୍ଡସର ଅଧିକାରୀଙ୍କ ଦ୍ୱାରା ପରବର୍ତୀ ସମୟରେ ପ୍ରକାଶ ପାଇବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତନ, ସୂଚନା ଓ ପ୍ରସାରଣମନ୍ତ୍ରୀ  ପ୍ରକାଶ ଜାଭଡେକର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ନିଜହାତ ଓ ହୃଦୟରୁ ସୌରଲଣ୍ଠନ ପ୍ରସ୍ତୁତ କରିଛନ୍ତି । ଜୀବନ କାଳମଧ୍ୟରେ ଅତିକମରେ ୭ଟି ବୃକ୍ଷରୋପଣ କରି ନିଜସ୍ୱ ଅମ୍ଳଜାନ ବ୍ୟାଙ୍କ ସୃଷ୍ଟିକରିବା ପାଇଁ ମଧ୍ୟ ସେ ଆହ୍ୱାନ କରିଥିଲେ । ୭୯ଟି ରାଷ୍ଟ୍ର ଅନ୍ତର୍ଜାତୀୟ ସୌରମେଂଟର ସଦସ୍ୟ ହୋଇଥିବା ନେଇ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଜାଭଡେକର ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିବେଶ ପ୍ରତି ଅହିଂସା ଆଚରଣ କରିବାଲାଗି ଶପଥ ପାଠ କରାଇଥିଲେ । ଏହି ଅବସରରେ ଶକ୍ତିମନ୍ତ୍ରୀ ଆରକେ ସିଂ କହିଥିଲେ ଯେ ସାରା ବିଶ୍ୱ ଜଳବାୟୁ ପରିବର୍ତନ ଭଳି ଗମ୍ଭୀର ବିପଦର ସମ୍ମୁଖିନ ହେଉଛି । ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ବିଶ୍ୱ ଛାଡ଼ିବା ନିମନ୍ତେ ଆମେ ସମସ୍ତେ ଶପଥ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଶକ୍ତି ମନ୍ତ୍ରୀ ଆହୁରିକହିଥିଲେ ଯେ ଭବିଷ୍ୟତର ବିଶ୍ୱ ଉପଭୋକ୍ତାଙ୍କର ନୁହେଁ ବରଂ ଉତ୍ପାଦକ ମାନଙ୍କର ହେବ କାରଣ ପ୍ରତ୍ୟେକ ଘରେ ସୌର ବିଦ୍ୟୁତ ଉତ୍ପାଦିତ ହେବ । ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଆନନ୍ଦ କୁମାର ସମସ୍ତ ଅଂଶଗ୍ରହଣକାରୀ, ତାଲିମ ଦାତାଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ପରିବେଶ ପ୍ରତି ଅହିଂସା ଆଚରଣ କରିବା ଲାଗି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଶପଥ ନେଇଥିବାକାରଣରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତି ଏହାଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ଆଉହୋଇପାରିବ ନାହିଁ ବୋଲି ସେ କହିଥିଲେ ।  ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତା ପାଠ କରିଥିଲେ । ଜଳବାୟୁ ପରିବର୍ତନ ଦିଗରେ ସୌର ଶକ୍ତିକିଭଳି ଭାବେ ପ୍ରମୁଖ ଭୂମିକା ଗ୍ରହଣକରିବ ପ୍ରଧାନମନ୍ତ୍ରୀ ତାହା ନିଜ ବାର୍ତାରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ‘ଏନର୍ଜିସ୍ୱରାଜ’  ନାମକ ଏକ ପୁସ୍ତକଉନ୍ମୋଚନ କରାଯିବାସହ ପରିବେଶଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ସମସ୍ତ ଅଂଶଗ୍ରହଣକାରୀଙ୍କ ଲାଗି ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ