ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ପାଳନ ଅବସରରେ ସ୍ମୃତିଚାରଣ ସଭା
ହିଂଜିଳିକାଟୁ,(ଶେଷଦେବ ସାହୁ): ଗଂଜାମ ଜିଲ୍ଲା ସଂସ୍କୃତି ପରିଷଦ ଓ ହିଂଜିଳିକାଟୁ ପଂଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ପଂଚାୟତ ସମିତ ସଭାକକ୍ଷ ଗୃହରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ପାଳନ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠି ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗୀୟ ପ୍ରାଧ୍ୟାପକ ଦାସରଥି ଭୁୟାଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର କୁମାର ପ୍ରଧାନ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ଓଡ଼ିିଶା ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗୀୟ ଅଧ୍ୟକ୍ଷ ଡ଼ି. ବିଶ୍ୱନାଥ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁୂମାର ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସଭାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଆୟୋଜିତ ସଭାରେ ବେଗୁନିଆପଡ଼ା ବ୍ଳକ କଳା ସଂସ୍କୃତି ବିଭାଗର ଉପସଭାପତି ମହେଶ୍ୱର ବରାଡ଼ ଓ ସାନଖେମୁଣ୍ଡି ବ୍ଳକ କଳା ସଂସ୍କୃତି ବିଭାଗର ଉପସଭାପତି ସନ୍ତୋଷ ପାଢି ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନ କାହାଣୀ ନେଇ ମତବ୍ୟକ୍ତ କରିଥିଲେ । ସାରା ରାଜ୍ୟରେ ଲୋକନାଟ୍ୟ ‘ଦାସକାଠିଆ’ ଗଂଜାମ ଜିଲ୍ଲାର ଏନ୍ତୁଡ଼ିଶାଳ ବୋଲି ଅତିଥି ମାନେ କହିଥିଲେ । ସ୍ଥାନୀୟ ଅଂଚଳର ବହୁ କଳାକାର ଉପସ୍ଥିତ ରହି ଲୋକନୃତ୍ୟ ଦାସକାଠିଆ ମାଧ୍ୟମରେ ମାଧ୍ୟମରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନ କାହାଣୀ ବର୍ଣ୍ଣନା କରିଥିଲେ । ଆୟୋଜିତ ସଭାରେ ସିଡ଼ିପିଓ ଶୁଭଶ୍ରୀ ପାତ୍ର, ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ଜି. ମୋହନ, ସାରୁ ସମିତି ସଭ୍ୟ ବାବୁଲା ସାହୁ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ସାମାଜିକ ସୁରକ୍ଷା ଅଧିକାରୀ ଭିମସେନ ବାରିକ, ପୋଚିଲିମା ଖାମ୍ବେୟା ଦୋରା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସଂଜୟ କୁୂମାର ଷଡ଼ଙ୍ଗୀ, ହିଂଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, ପୌର ପରିଷଦର କର୍ମଚାରୀ, ବହୁ ସରପଂଚ ଓ ସମିତିସଭ୍ୟଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ପଂଚାୟତ ସମିତିର କର୍ମଚାର ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।