ମହାଦେବନଶା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଆମ ବିଦ୍ୟାଳୟ” କାର୍ଯ୍ୟକ୍ରମ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ମହାଦେବନଶା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ “ଆମ ବିଦ୍ୟାଳୟ” ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର , ଶିକ୍ଷୟତ୍ରୀଶିକ୍ଷକ , ଅଭିଭାବିକାଅଭିଭାବକ ଏବଂ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ସମସ୍ତଙ୍କର ସହଯୋଗ ଓ ସହାନୁଭୂତି , ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ଶିକ୍ଷାର ଉନ୍ନତି, ଖେଳ ପଡିଆ ନିର୍ମାଣ, ପ୍ରଭୃତିର ଆବଶ୍ୟକତାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ , ବିଦ୍ୟାଳୟର ଚେୟାରମ୍ୟାନ୍ ଶିବନାଥ ବାରିକ, ସରପନଚ ଜାନର୍ଦ୍ଦନ ନାଏକ ଏବଂ ପୂର୍ବତନ ବ୍ଲକ ଚେୟାରମ୍ୟାନ୍‌, ସୁବାଷ ଚନ୍ଦ୍ର ନାଏକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ସମସ୍ତ ଗ୍ରାମବାସୀବୃନ୍ଦ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ