ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟା, ମନ ମୋହିଲା ଭାରତ ନାଟ୍ୟମ ଓ କଥପ ନୃତ୍ୟ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ପଂଚମ ଦିନରେ ପହଞ୍ଚିଛି । ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ରେ  ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ବେହେରା ଯୋଗ ଦେଇ  ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି କୁ ବଞ୍ଚେଇ ରଖିବା ପାଇଁ ମହୋତ୍ସବ ର ଆବଶ୍ୟକତା ରହିଥିବା ବେଳେ ପ୍ରତିବର୍ଷ ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କୁ  ମହାନଗର ମହୋତ୍ସବ ତାର ଖୋଲା ମଂଚ ରେ ସୁଯୋଗ ଦେଇଆସୁଛି  ବୋଲି ବିଧାୟକ ନିଜର ମତ ରଖିଥିଲେ । ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ର ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିଲେ।ସମ୍ମାନିତ ଅତିଥି ଭାବେ ଏମକେସିଜି ସର୍ଜରି ବିଭାଗ ଏଚଓଡି ଡ଼.ଚରଣ ପଣ୍ଡା, ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ମହୋତ୍ସବ ସଭାପତି ନାରାୟଣ ମହାଙ୍କୁଡ,ପୂର୍ବତନ କର୍ପରେଟର ତଥା ସମାଜସେବୀ ଆର. ମୁରଲୀ ମୋହନ ,ବରିଷ୍ଠ ଅଧିବ୍ୟକ୍ତା ନିର୍ମଳ ସାହୁ, ବରିଷ୍ଠ ସାମ୍ବାଦିକ ଦେବହରି ବେହେରା,ସୁଦୀପ ସାହୁ, ବିଜେଡି ନେତା ଜଗନ୍ନାଥ ସାବତ, ବିଶ୍ୱନାଥ ପ୍ରଧାନ,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ। ପରିଶେଷରେ କୋଷଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ମହୋତ୍ସବ ମଞ୍ଚରେ ସମାଜସେବୀକା ଆର.ପାୱନୀ ପଶ୍ଚିମବଙ୍ଗ ରୁ ଆସିଥିବା ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ଙ୍କୁ ସମ୍ମାନିତ କରିଥିଲେ।  ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବ ର ପଞ୍ଚମ ସଂଧ୍ୟା ରେ ବ୍ରହ୍ମପୁର ସୋନାଲି ସାବତ ଓ ସାଥୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ବ୍ରହ୍ମପୁର ଜେଡିଟି ଡ୍ୟାନ୍ସ ଟ୍ରାକ ର କଳାକାର ଙ୍କ ପକ୍ଷରୁ ଆଧୁନିକ ନୃତ୍ୟ, ଅରିହାଣ୍ଟ ଜୁନିୟର କଲେଜ ତରଫରୁ ସମ୍ବଲପୁରୀ ନୃତ୍ୟ, ସାରଦା ସଙ୍ଗୀତ ଅନୁଷ୍ଠାନ ତରଫରୁ ଯନ୍ତ୍ର ସଙ୍ଗୀତ, ଲୋଭଲି ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆଧୁନିକ ନୃତ୍ୟ, ଏବଂ ଦାଶପୁର ଏମଇ ସ୍କୁଲ ତରଫରୁ ସାମ୍ପ୍ରତିକ ଘଟଣା ବଳୀ କୁ ନେଇ ହାଇଦ୍ରାବାଦ ପାରାମେଡିକଲ ଛାତ୍ରୀ ଡ଼.ପ୍ରିୟଙ୍କା ଙ୍କୁ ନେଇ ଏକ ପ୍ରେରଣା ଧର୍ମୀ ନୃତ୍ୟ ନାଟିକା ଓ ଦେଶତ୍ମୋକ ବୋଧକ ନୃତ୍ୟ, ଦିଗପହଣ୍ଡି ର ବିଚିତ୍ର ବର୍ଣ୍ଣାଳି ତରଫରୁ ପଶୁ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା। ଏଥିସହ ମହୋତ୍ସବ ପଞ୍ଚମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଭାରତ ନାଟ୍ୟମ, ଓ କଥପ ନୃତ୍ୟ। ପଶ୍ଚିମବଙ୍ଗରୁ ଆସିଥିବା ରତ୍ନାଦତ୍ତା ଓ ସାଥି କଳାକାର ମାନଙ୍କ  ଏହି ନୃତ୍ୟ  ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।ଅନ୍ୟପଟେ ମହୋତ୍ସବ ର ପଂଚମ ଦିନର ଅପରାହ୍ନରେ ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ। ଏହା ସହ ବିଶିଷ୍ଟ କବି ମାନଙ୍କୁ ମଂଚ ରେ ସମ୍ମାନିତ କରାଯାଇଥିଲା। ଏହି ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟୋଲ। ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି। ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକ ଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣ ଙ୍କ ଭିଡ଼ ପରିଲିଖିତ ହେଉଛି। ଆୟୋଜିତ ଏହି ମହୋତ୍ସବ କୁ ପ୍ରଶାନ୍ତ ଦାସ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା, ମନୋଜ କାନ୍ତ ଦାଶ,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ,ରଶ୍ମିତା ଦଳେଇ, ରଶ୍ମି ରଞ୍ଜନ ସାହୁ, କାହ୍ନୁ ରାଉତ,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ