ମହାନତା କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା ପାତ୍ର
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଶେରଗଡ଼ ବ୍ଲକ ର ଗୋଠଗାଁ ଗ୍ରାମରେ ବିଦ୍ୟୁତ୍ ବିଭାଗର ପୂର୍ବତନ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ କେ ଦିଲେଶ୍ୱର ଆଚାରି ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି। ୨୦୨୦ ମସିହାରେ ଶେରଗଡ଼ ବ୍ଲକ ବିଦ୍ୟୁତ ବିଭାଗର ଜନିଷ୍ଟ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ଖବର କାଗଜମାନଙ୍କରେ ଦେଖିବାକୁ ପାଇଥିଲେ ଯେ ଶେରଗଡ଼ ବ୍ଲକ୍ ଗୋଠଗାଁ ର ଜଗନ୍ନାଥ୍ ପ୍ରଧାନ ପିତା – ପ୍ରଭାକର ପ୍ରଧାନ ଏକ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମ୍ବାଦ ତାଙ୍କୁ ମର୍ମାହତ କରିଥିଲା ସେ ନିଜେ ତାଙ୍କ ଘରକୁ ଯାଇ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଜଗନ୍ନାଥ କୁ ଖୁସି କରିବା ନିମିତ୍ତ ଆଶ୍ଵାସନା ଦେଇଥିଲେ ଯେ ତୁ ଭଲ ହେଇଗଲେ ତୋ ପାଇଁ ମୁଁ ଗୋଟେ ସାଇକେଲ ଆଣିଦେବି। ସେହି ପ୍ରତିଶ୍ରୁତି କୁ ଆଜି ସେ ରକ୍ଷା କରି ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସୀୟା ଓ ସ୍ଵେଚ୍ଛାସେବୀ ନିରାକାର ବିଷୋୟୀ ଙ୍କ ଉପସ୍ଥିତିରେ ଏକ ସାଇକେଲ ପ୍ରଦାନ କରିଛନ୍ତି ଜଗା କୁ।ଏହି ମହାନତା କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା ପାତ୍ର ହୋଇଛନ୍ତି। ସାଇକେଲ ପାଇ ଜଗା ବହୁତ୍ ଖୁସି। କିନ୍ତୁ ଦୁଃଖର ବିଷୟ ଯେ କରୋନା ଯୋଗୁଁ ସେ ସମ୍ପୂର୍ଣ୍ଣ ଠିକ୍ ହୋଇପାରିନାହିଁ ଏବଂ ଆର୍ଥିକ ସମ୍ବଳ ଅଭାବ ଯୋଗୁଁ ଚିକିତ୍ସା ପାଇଁ ତା ବାପାମାଆ ପଛଘୁଞ୍ଚା ହେଉଛନ୍ତି । ପ୍ରଶାସନ ଯଦି କିଛି ଆର୍ଥିକ ସହାୟତା ଏବଂ ଚିକିତ୍ସା ର ବ୍ୟବସ୍ଥା କଲେ ଜଗା ପୁଣି ହସି ଉଠିବ ବୋଲି ତା ବାପା ଗୁହାରି କରିଛନ୍ତି ସରକାର ପାଖରେ।


